ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ଏକ ବ୍ୟାଟେରି ଚାଳିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୫ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ଆହତମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗାଡ଼ିଟି ଆଜି ବାଘ ସଫାରିରୁ ହାତୀ ସଫାରିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଅଣଓଡ଼ିଆ ଦମ୍ପତିଙ୍କୁ ଧକ୍କା ଦେବା ପରେ ସିମେଣ୍ଟ ବେଞ୍ଚରେ ପିଟି ହୋଇଯାଇଥିଲା। ଏଥିରେ ଦମ୍ପତିଙ୍କ ସମେତ ଗାଡ଼ିରେ ବସିଥିବା ୩ ବଙ୍ଗୀୟ ପର୍ଯ୍ୟଟକ ଆହତ ହୋଇଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ନନ୍ଦନକାନନ ବ୍ୟାଟେରି ଚାଳିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ପର୍ଯ୍ୟଟକ ଆହତ
/sambad/media/post_attachments/wp-content/uploads/2020/01/welcome.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)