ଭୁବନେଶ୍ୱରରୁ ଗତ ୨୪ଘଣ୍ଟାରେ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୪୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩ ଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଆଜି ଭୁବନେଶ୍ୱରରୁ ୧୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହା ସହ ଆଜି ଭୁବନେଶ୍ୱରରୁ ୨୪୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

୧୮୭ ମଧ୍ୟରୁ ସଂଗରୋଧରୁ ୨୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୯ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୨୬୬ରେ ପହଂଚିଛି । ଏଥିରୁ ୧୦୧୯୫୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୯୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୩୩୦୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |

ସମ୍ବନ୍ଧିତ ଖବର