ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ, ୩୩୯ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରେ ବଢୁଛି ସୁସ୍ଥ ସଂଖ୍ୟା, କମୁଛି ସଂକ୍ରମଣ | ଗତକଲି ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଥିବା ବେଳେ ଆଜି ଏହି ସଂଖ୍ୟା ଟିକେ ବଢିଛି | ଗତକାଲି ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪ ଥିବା ବେଳେ ଆଜି ଏହି ସଂଖ୍ୟା ବଢିଛି ଏବଂ ସୁସ୍ଥ ସଂଖ୍ୟା ମଧ୍ୟ ବଢିଛି | ଆଜି ଭୁବନେଶ୍ୱରରୁ ୩୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥ ସଂଖ୍ୟା ଅଧିକ ରହିଛି | ଆଜି ଭୁବନେଶ୍ୱରରେ ୩୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି |

Image

୩୧୬ ମଧ୍ୟରୁ ସଂଗରୋଧରୁ ୬୭ ଓ ସ୍ଥାନୀୟ ଅଂଚଳରୁ ୨୪୯ ଜଣ ସଂକ୍ରମିତ ଅଛନ୍ତି । ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି ।

Image

କରୋନାର ୨ୟ ଲହର ଆସିବା ପରେ ଭୁବନେଶ୍ୱରରେ ଏଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୯୩ ହଜାର ୭୦୭ ରେ ପହଂଚିଛି । ଏଥିରୁ ୯୨୦୧୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜଧାନୀର ବିଭିନ୍ନ କୋଭିଡ ହସ୍ପିଟାଲ ସମେତ ଘରୋଇ ସଂଗରୋଧରେ ୧୧୫୭ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି |

ସମ୍ବନ୍ଧିତ ଖବର