ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା | ଜୁଲାଇ ୧ରୁ ଜୁଲାଇ ୧୦ମଧ୍ୟରେ ୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବ୍ୟକ୍ତ କରିଛି ଭୁବନେଶ୍ବର ମହାନଗର ନିଗମ। ଆଜି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି। କରୋନା ମୁକାବିଲା ଲାଗି ଲୋକଙ୍କୁ ସତର୍କ ରହିବା ପାଇଁ କହିବା ସହ ଯଥା ସମ୍ଭବ ଘରେ ରହିବା ପାଇଁ ବିଏମସି କମିସନର ଅପିଲ କରିଛନ୍ତି | ଲୋକେ ସତର୍କ ହେଲେ ହିଁ କରୋନା ସଂକ୍ରମଣ ସଂଖ୍ୟା କମିବ ବୋଲି ସେ କହିଛନ୍ତି | ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ସାମ୍ବାଦିକ ସମ୍ମିଳନୀ କରି ସେ ଲୋକଙ୍କୁ ହାଟବଜାରକୁ ନ ଯାଇ ଅନଲାଇନରେ ଜରୁରୀ ଜିନିଷ କିଣିବା ପାଇଁ ପରାମର୍ଶ ଦେଇଛନ୍ତି |
/sambad/media/post_attachments/wp-content/uploads/2020/07/t-82-e1594467795141.jpg)
ତାଙ୍କ କହିବା ମୁତାବକ, ଯଥା ସମ୍ଭବ ଘରେ ରହି ଏବଂ କରୋନା କଟକଣା ମାନି ଆମେ କରୋନାକୁ ହରାଇ ପାରିବ | ସଂକ୍ରମଣକୁ କମ କରିବା ପାଇଁ ହେଲେ ଆପଣଙ୍କୁ ଭିଡ ସ୍ଥାନରୁ ନିଜକୁ ଦୁରେଇ ରଖିବାକୁ ହେବ | ଏବେ ଶନିବାର ଏବଂ ରବିବାର ସଟଡାଉନ ରହୁଥିବାରୁ ଲୋକେ ପରିବା ଏବଂ ଅନ୍ୟ ଜରୁରୀ ଜିନିଷ କିଣିବା ପାଇଁ ଶୁକ୍ରବାର ପ୍ରବଳ ଭିଡ ଜମାଉଛନ୍ତି | ସାମାଜିକ ଦୂରତା ନିୟମ ମଧ୍ୟ ଉଲ୍ଲଂଘନ କରୁଛନ୍ତି, ଯାହାଦ୍ୱାରା ସଂକ୍ରମଣ ବଢୁଛି | ସେଥିପାଇଁ ନିଜକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଭିଡ ସ୍ଥାନକୁ ଯିବାରୁ ବିରତ ରହନ୍ତୁ | ଅତି ଜରୁରୀ ନଥିଲେ ବାହାରକୁ ନ ଯାଇ ଅନଲାଇନରେ ପରିବା ଏବଂ ଔଷଧ ମଗାନ୍ତୁ | ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଡାକ୍ତରଖାନା ନ ଯାଇ ବିଏମସି ପକ୍ଷରୁ କରାଯାଇଥିବା ଟେଲିମେଡ଼ିସିନ ସୁବିଧା ବ୍ୟବହାର କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |
ସେଇଭଳି ସେ ବରିଷ୍ଠ ନାଗରିକଙ୍କ ଲାଗିସ୍ବତନ୍ତ୍ର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ବିଏମସି ପକ୍ଷରୁ ଜାରି ସଚେତକ ଆପ୍ ମୋବାଇଲ ଫୋନରେ ଇନଷ୍ଟଲ କରିବା ଜରୁରୀ ବୋଲି କହିଛନ୍ତି। ଏହାଦ୍ବାରା ବରିଷ୍ଠ ନାଗରିକମାନେ ସୁରକ୍ଷିତ ରହିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/bbsr-corona-meter-2.jpg)