ଦିଲ୍ଲୀ ଭଳି ହେବି କି ଭୁବନେଶ୍ୱରର ସ୍ଥିତି? ଦିନ ଦ୍ୱିପହରରେ ସ୍ମାର୍ଟ ସିଟି ଉପରେ ଦେଖିବାକୁ ମିଳୁଛି ଧୂଆଁର ଚାଦର

ଭୁବନେଶ୍ବର: ବିପଦ ବଳୟରେ ସ୍ମାର୍ଟ ସିଟି ଭୁବନେଶ୍ୱର । ବଢିବାରେ ଲାଗିଛି ଭୁବନେଶ୍ୱରର ବାୟୁ ପ୍ରଦୁଷଣ । ରାଜଧାନୀ ଭୁବନେଶ୍ୱରରେ ଗଡୁଥିବା ଲକ୍ଷାଧିକ ଗାଡି ଏବେ ପରିବେଶ ପାଇଁ ଚିନ୍ତା ବଢାଇଛି, ଯାହାଫଳରେ ଭୁବନେଶ୍ୱର ଏବେ ଦିଲ୍ଲୀମୁହାଁ ହେଉଥିବା ଆକଳନ କଲେଣି ପରିବେଶବିତ୍ ।

ଚାକଚକ୍ୟ ଭରା ରାଜଧାନୀ ଭୁବନେଶ୍ୱର ଏବେ ପ୍ରଦୂଷଣ ଘେରରେ । ବାୟୁ ପ୍ରଦୂଷଣର ଚାଦର ତଳେ ଢାଙ୍କି ହୋଇଚାଲିଛି ସ୍ମାର୍ଟ ସିଟି ଭୁବନେଶ୍ୱର । ଦିନ ୧୨ଟାରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଧୂଆଁମୟ ଆକାଶ ହିଁ ବୁଝାଇ ଦେଉଛି କିଭଳି ଆମ ରାଜଧାନୀକୁ ଘେରି ରହିଛି ଧୂଆଁର ବଳୟ । ଭୁବନେଶ୍ୱରରେ ଗଡୁଥିବା ହଜାର ହଜାର ଗାଡି ପାଇଁ ଏଭଳି ପରିସ୍ଥିତି ହେଉଥିବା ଆକଳନ କରୁଛନ୍ତି ବିଶେଷଜ୍ଞ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅଧିକ ଗାଡି ଗଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ହାର ବୃଦ୍ଧି ପାଇଥିବା ବିଶେଷଜ୍ଞ କହିଛନ୍ତି ।

ଦିିନକୁ ଦିନ ଭୁବନେଶ୍ୱରର ଜନସଂଖ୍ୟା ବଢିବାରେ ଲାଗିଛି । କିଏ ପାଠ ପଢିବାକୁ ଆସୁଛି ତ କିଏ ଚାକିରି ସନ୍ଧାନରେ । ସେହି ପରିମାଣରେ କୋଠାବାଡି ସଂଖ୍ୟା ବି ବଢିବାରେ ଲାଗିଛି । ପ୍ରତ୍ୟେକ ଦିନ ଗଢି ଉଠୁଛି ବଡ ବଡ ଅଟ୍ଟାଳିକା । ଭୁବନେଶ୍ୱରର ବାୟୁ ପ୍ରଦୂଷଣ ବଢିବା ପାଇଁ କୋଠାବାଡି ନିର୍ମାଣ ବି ଏକ ବଡ କାରଣ ବୋଲି ପରିବେଶବିତ କହିଛନ୍ତି । ଗତ କିଛି ଦିନ ହେବ ଭୁବନେଶ୍ୱର ଏକ୍ୟୁଆଇ ମାନ ୧୦୦ ତଳକୁ ଖସୁନାହିଁ । ପରିବେଶବିତଙ୍କ କହିବା କଥା ହେଲା ଏବେଠାରୁ ସଜାଗ ନହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇପାରେ।

ସମ୍ବନ୍ଧିତ ଖବର