ଜାନୁଆରି ୧ରୁ ମୋ ସରକାରରେ ନଗର ଉନ୍ନୟନ ବିଭାଗ

ଭୁବନେଶ୍ବର: ଜାନୁଆରି ୧, ୨୦୨୦ରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ୍‌ ହେବ। ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ମୋଟ୍‌ ୩୬୦ଟି ଅଫିସ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ୍‌ ହେବ। ଏଥିରେ ୧୧୪ଟି ପୌର ସଂସ୍ଥା (୫ଟି ମହାନଗର ନିଗମ), ୯ଟି ଉନ୍ନୟନ କର୍ତ୍ତୃପକ୍ଷ, ଜନସ୍ବାସ୍ଥ୍ୟ ବିଭାଗ ଏବଂ ୱାଟକୋ ଅଧୀନରେ ଥିବା ୨୩୭ଟି ସେକ୍ସନ ଅଫିସ ରହିବ।

୧୧୪ଟି ପୌର ସଂସ୍ଥାର ଟ୍ରେଡ୍‌ ଲାଇସେନ୍ସ ଆଦାୟ, ହୋଲଡିଂ ଟିକସ ଆକଳନ, ଆବାସ ଯୋଜନା, ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଏବଂ ୫ଟି ମହାନଗର ନିଗମର ବିଲଡିଂ ପ୍ଲାନ୍ ଅନୁମୋଦନ, ଜନସ୍ବାସ୍ଥ୍ୟ ବିଭାଗ ଏବଂ ୱାଟ୍‌କୋ ଅଧୀନରେ ଥିବା ୨୩୭ଟି ସେକ୍ସନ ଅଫିସ ମାଧ୍ୟମରେ ହେଉଥିବା ଜଳ ଯୋଗାଣ ସଂଯୋଗ କାର୍ଯ୍ୟକ୍ରମ ଏହା ଅଧୀନରେ ରହିବ। ଏହାପରେ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ବିଭାଗୀୟ ସଚିବ ସିଧାସଳଖ ଲୋକଙ୍କୁ ଫୋନ୍ କରି ସେମାନଭ୍‌କର ସୁବିଧା ଅସୁବିଧା ବୁଝିବେ। ଯେଉଁ ଅଧିକାରୀ ସେବା ଯୋଗାଇବାରେ ବିଫଳ ହେଉଥିବେ କିମ୍ବା ଲୋକଙ୍କୁ ହଇରାଣ କରୁଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯିଏ ଭଲ କାମ କରିବେ ସେମାନଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର