ରାମ୍ପରେ କ୍ୟାଟ୍‌ୱାକ୍‌ କଲେ କଣ୍ଟାମାଳ ବିଡିଓ

ବୌଦ୍ଧ : ବୌଦ୍ଧ ସଂଗ୍ରହାଳୟ ପରିସରରେ ସୋମବାରଠାରୁ କ୍ଷୁଦ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି। ପ୍ରତି ସଂଧ୍ୟାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କଳାକାରମାନେ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି। ଶୁକ୍ରବାର ଥିଲା ଛୋଟ ପିଲାଙ୍କ ରାମ୍ପ୍‌ ସୋ। ଛୋଟ ଛୋଟ ପିଲାମ‌ାନେ ଏହି ସୋ’ରେ କ୍ୟାଟ୍‌ୱାକ୍‌ କରିଥିଲେ। ଏହି ପିଲାଙ୍କ ସହ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ବି ଷ୍ଟେଜ୍‌ରେ କ୍ୟାଟ୍‌ୱାକ୍‌ କରିବା ଦେଖାଯାଇଥିଲା। ଜଣେ ପ୍ରାଶାସନିକ ଅଧିକାରୀଙ୍କ କ୍ୟାଟ୍‌ୱାକ୍‌କୁ ଦର୍ଶକ ବେଶ୍‌ ଉପଭୋଗ କରିଥିଲେ। ଛୋଟ ପିଲା ଓ ସେମାନଙ୍କ ଅଭିଭାବକମାନେ ଏଥିରେ ଉତ୍ସାହିତ ହୋଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର