ଉପନିର୍ବାଚନ ପୂର୍ବରୁ ବଦଳିଲେ ଧମାନଗର ଓ ତିହିଡି ବିଡିଓ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗର ଓ ତିହିଡ଼ି ବିଡିଓଙ୍କୁ ବଦଳି ହୋଇଛି। ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଧାମନଗରରୁ ବଦଳି ହୋଇଛି। ସେହିପରି ତିହିଡିରୁ ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିତରାଜ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁସାରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତହସିଲଦାର ବନବିହାରୀ ଡିଣ୍ଡାଙ୍କୁ ଧାମନଗର ବିଡିଓ ଭାବେ ନିଯୁକ୍ତି ମିଳିଛି। ସେହିପରି କୋରାପୁଟ ଜିଲ୍ଲା କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କରଙ୍କୁ ତିହିଡି ବିଡିଓ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର