ଗନ୍ଦିଆ: ଆଜି ପ୍ରଥମ ପାଇଁ ଢେଙ୍କାନାଳ ଜିଲ୍ଲା ଗଦିଆ ବ୍ଲକରେ ଥିବା ଅପହଞ୍ଚ ଇଲାକାରେ ଜଣେ ସରକାରୀ ବାବୁ ପହଞ୍ଚିଛନ୍ତି। ରାସ୍ତାର ଅବସ୍ଥା ଦୟନୀୟ ଥିବାରୁ ସରକାରୀ ବାବୁ ଜଣକ ୧ କିଲୋମିଟର ଦୂର ପାଦରେ ଚାଲିଚାଲି  ନିହାଲପ୍ରସାଦ ପଂଚାୟତ ଅନ୍ତର୍ଗତ ଧାଡିକିଆ ଓ ଧାନଘରଖୋଲ ଗାଁରେ ପହଞ୍ଚି ଥିଲେ। ୨ଟି ଗାଁରେ ପହଞ୍ଚିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ  ସ୍ଥାନୀୟ ଲୋକଙ୍କର ଅସୁବିଧା ଉପରେ ଅବଗତ ହୋଇଥିଲେ। ଅପରପକ୍ଷେ ଦେଶ ସ୍ୱାଧୀନତାର ୭୪ ବର୍ଷ ପରେ ଏହି ଅଂଚଳର ଜନତା ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦେଖି ବହୁତ ଖୁସି ହେଵା ସହ ସେମାନଙ୍କର ଥିବା ସମସ୍ୟା ଗୁଡିକୁ ଜଣାଇଥିଲେ।

Advertisment

ସମଗ୍ର ରାଜ୍ୟରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ସମେସ୍ତ ସାମିଲ ହେଵା ସହିତ ଉକ୍ତ କାର୍ଡ ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାରେ ମୋଟ ୪୮ଟି ଅପହଞ୍ଚ ଇଲାକା ଅଛି ତନ୍ନମଧ୍ୟରୁ ଗନ୍ଦିଆ ବ୍ଲକରେ ଅଛି ଦୁଇଗୋଟି ସ୍ଥାନ। ଏହି ବ୍ଲକ ଅନ୍ତର୍ଗତ ନିହାଲପ୍ରସାଦ ପଂଚାୟତରେ ରହିଛି ଧାଡିକିଆ ଓ ଧାନଘରଖୋଲ। ଏହି ଦୁଇଟି ଗ୍ରାମରେ ୨୧ଟି ଆଦିବାସୀ ପରିବାର ବସବାସ କରନ୍ତି । ଏମାଙ୍କର ମୋଟ ଜନ ସଂଖ୍ୟ ୧୨୦ ଅଟେ।

ଧାଡିକିଆ ଓ ଧାନଘରଖୋଲ ଗ୍ରାମକୁ ଚଳାଚଳ ନିମନ୍ତେ ସବୁଦିନିଆ ଏକ ଭଲ ରାସ୍ତା ନାହିଁ। ସେହିପରି ପାଠ ପଢ଼ା କ୍ଷେତ୍ରରେ ସେପରି ସୁବିଧା ନାହିଁ। ଉକ୍ତ ବସ୍ତି ଦୁଇଟି ପାହାଡ଼ର ପାଦ ଦେଶରେ ଥିବାରୁ ବର୍ଷା ଦିନେ ଏହି ସ୍ଥାନ ମାନଙ୍କରେ ପାଣି ଜମି ରହିବା ଫଳରେ ଗମନା ଗମନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେଉଛି। ଉକ୍ତ ଇଲାକା ନିହାଲପ୍ରସାଦ ଠାରୁ ମାତ୍ର ଦେଢ଼ କିଲୋମିଟର। ସୁବିଧା କହିଲେ ଏଠାକାର ବାସିନ୍ଦା ମାନଙ୍କୁ ମିଳୁଛି ଟଙ୍କିକିଆ ଚାଉଳ ଓ କିଛି ଇନ୍ଦିରା ଆବାସ ଘର। ବିଦ୍ୟୁତର ସୁବିଧା ନଥିବା କହିଲେ ଚଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ଅବହେଳିତ ଥିବାର ନଜିର ରହିଛି। ସମଗ୍ର ରାଜ୍ୟରେ ସରକାରଙ୍କ ଦ୍ୱାରା ବଣ୍ଟନ ହେଉଥିବା ସ୍ବାସ୍ଥ୍ୟ କାର୍ଡ ପାଇବା ସହିତ ସେଠାରୁ ସ୍ୱାସ୍ଥ୍ୟ କ୍ଷେତରେ କିପରି ସମସ୍ତ ସୁବିଧାର ଲାଭ ଏହି ବସ୍ତି ବାସିନ୍ଦା ପାଇବେ ସେଥିପାଇଁ ଆଜି ଶ୍ରୀ ସାହୁ ଉକ୍ତ ଗାଁକୁ ଯାଇ ଉକ୍ତ ଇଲାକା ବାସିନ୍ଦାକୁ ବୁଝାଇଥିଲେ।