ରେଳବାଇ ନିଯୁକ୍ତି ବୋର୍ଡ ପରୀକ୍ଷାରେ ଠକ ଓ ଦଲାଲଙ୍କ ପ୍ରତି ଆକୃଷ୍ଟ ହୁଅନ୍ତୁନି: ପୂର୍ବତଟ ରେଳପଥ

ଅନିୟମିତତାକୁ ରୋକିବା ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ପ୍ରଣାଳୀରେ ବିଭିନ୍ନ ସୁରକ୍ଷା ଏବଂ ରକ୍ଷଣଶୀଳ ବ୍ୟବସ୍ଥା

ଭୁବନେଶ୍ବର: ରେଳବାଇ ଭର୍ତ୍ତି ବୋର୍ଡ (ଆରଆରବି) ମାଧ୍ୟମରେ ଲେବଲ -୧ ନିଯୁକ୍ତି ପାଇଁ ପରିଚାଳନା କରାଯାଉଥିବା କମ୍ପୁଟରୀକୃତ ପରୀକ୍ଷା ପାଇଁ ଆରଆରବି ଦ୍ୱାରା ଏକ ପ୍ରତିଷ୍ଠିତ କମ୍ପାନିକୁ ନିୟୋଜିତ କରାଯାଇଅଛି, ଯେଉଁଥିରେ ୧.୧ କୋଟିରୁ ଅଧିକ ପ୍ରାର୍ଥୀ ଭାଗ ନେଉଛନ୍ତି। ୧୨ଟି ଜୋନାଲ ରେଳ ସହିତ ଜଡିତ କମ୍ପୁଟର ଆଧାରିତ ପରୀକ୍ଷାର ତିନୋଟି ପର୍ଯ୍ୟାୟ ସମାପ୍ତ ହୋଇସାରିଛି। ଚତୁର୍ଥ ପର୍ଯ୍ୟାୟ କମ୍ପୁଟର ଆଧାରିତ ପରୀକ୍ଷା ଗତ ୧୯ ତାରିଖ ଠାରୁ ଠାରୁ ଆରମ୍ଭ କରାଯାଇଅଛି। ଏନେଇ ପୂର୍ବତନ ରେଳପଥ ପକ୍ଷରୁ ପରୀକ୍ଷାର୍ଥୀମାନେ ସତର୍କ ରହିବାକୁ ପରାମର୍ଶ ଜାରି କରାଯାଇଛି।

ଯେକୌଣସି ପ୍ରକାରର ଅନିୟମିତତାକୁ ପ୍ରଶୟ ନଦେବା ଏବଂ ଏହାକୁ ଦୂର କରିବା ପାଇଁ ଏହି କମ୍ପୁଟର ଆଧାରିତ ପ୍ରଣାଳୀରେ ବିଭିନ୍ନ ସୁରକ୍ଷା ଏବଂ ରକ୍ଷଣଶୀଳ ବ୍ୟବସ୍ଥା ଗ୍ରହଣ କରାଯାଇଅଛି। ପ୍ରାର୍ଥୀମାନଙ୍କ ପାଇଁ ପରୀକ୍ଷା କେନ୍ଦ୍ରର ଆବଣ୍ଟନ କମ୍ପ୍ୟୁଟର ତର୍କ ମାଧ୍ୟମରେ ମନୋନୀତ କରାଯାଇଥାଏ। ଏଥିସହ, ଥରେ ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ରିପୋର୍ଟ କରି ନିଜକୁ ପଞ୍ଜୀକୃତ କଲେ ଲ୍ୟାବ ଏବଂ ସିଟ୍ ଆବଣ୍ଟନ ମଧ୍ୟ ସେହି ଆଧାରରେ ସ୍ୱୟଂଚାଳିତ ଭାବେ କରାଯାଏ ଯାହାଦ୍ୱାରା ଅନିୟମିତତା ଦୂର କରାଯାଇ ପାରିବ।

ପ୍ରଶ୍ନ ପତ୍ର ଅତ୍ୟଧିକ ଏନକ୍ରିପ୍ଟ ଫର୍ମରେ ଅଛି (256-ବିଟ୍ ଏନକ୍ରିପସନ୍), ଏବଂ ପ୍ରାର୍ଥୀ ବ୍ୟତୀତ ଅନ୍ୟ କେହି ପ୍ରଶ୍ନପତ୍ରକୁ ପ୍ରବେଶ କରିପାରିବେ ନାହିଁ, ଏବଂ ପରୀକ୍ଷା ଆରମ୍ଭ ହେବା ପରେ ପ୍ରାର୍ଥୀ କମ୍ପ୍ୟୁଟରରେ ଦ୍ୱିତୀୟ ଏବଂ ଅନ୍ତିମ ଲଗଇନ୍ କରିବା ପରେ ଏହି ପର୍ଯ୍ୟାୟରେ ପ୍ରଶ୍ନ ପେପରର ଅନ୍ତିମ ଡିକ୍ରିପ୍ସନ୍ ହୁଏ।

ପ୍ରଶ୍ନପତ୍ରରେ ଥିବା ପ୍ରଶ୍ନର ଗୁଡିକର କ୍ରମିକ ସଂଖ୍ୟା ପ୍ରତ୍ୟକ ପ୍ରାର୍ଥୀମାନଙ୍କ ପାଇଁ ଅଲଗା ଅଲଗା ଭାବେ ଉପଲବ୍ଧ । ପ୍ରଶ୍ନ ପାଇଁ ଉପଲବ୍ଧ ସମସ୍ତ ଚାରୋଟି ବିକଳ୍ପର ରାଣ୍ଡୋମାଇଜେସନ୍ ସହିତ ମଧ୍ୟ ମନୋନୀତ ହୋଇଛି। ପରୀକ୍ଷା କେନ୍ଦ୍ରର ପ୍ରତ୍ୟେକ ପ୍ରାର୍ଥୀଙ୍କ ଏହିପରି ଏକ ସ୍ୱତନ୍ତ୍ର ପ୍ରଶ୍ନପତ୍ର ଅଛି। ଏହିପରି, ଜଣେ ପରୀକ୍ଷାର୍ଥୀଙ୍କ ପ୍ରଶ୍ନ କାଗଜରେ ପ୍ରଶ୍ନ କ୍ରମଠାରୁ ଅନ୍ୟ ପ୍ରାର୍ଥୀଙ୍କ ପ୍ରଶ୍ନ କ୍ରମ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ, ଯଦି କେହି ଦାବି କରନ୍ତି ଯେ ସେ ଜଣେ ପ୍ରାର୍ଥୀଙ୍କୁ ଉତ୍ତର ଚାବି (କି) ପ୍ରଦାନ କରିପାରନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ବିଭ୍ରାନ୍ତକାରୀ।

ପ୍ରତ୍ୟେକ ପ୍ରାର୍ଥୀଙ୍କ ପୂର୍ଣ୍ଣ ରେକର୍ଡିଂ ସହିତ ସିସିଟିଭି କ୍ୟାମେରାର କଡ଼ା ନଜରରେ ଏହି ପରୀକ୍ଷା କରାଯାଏ। ଏହା ବ୍ୟତୀତ, ରେଳବାଇ ପ୍ରତ୍ୟେକ କେନ୍ଦ୍ରରେ ନିଜସ୍ୱ କର୍ମଚାରୀ ନିୟୋଜିତ କରି ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ ପରୀକ୍ଷା ପରିଚାଳନା ଏଜେନ୍ସିର କର୍ମଚାରୀମାନେ ମଧ୍ୟ ପରୀକ୍ଷାର ସୁଗମ ପରିଚାଳନାକୁ ନିଶ୍ଚିତ କରନ୍ତି।

ପ୍ରାର୍ଥୀମାନଙ୍କୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଉଅଛି ଯେ ସେମାନେ ଠକ ଓ ଦଲାଲମାନଙ୍କ ପ୍ରତି ସାବଧାନ ରୁହନ୍ତୁ। ବେଆଇନ ଚିନ୍ତାଧାରା ଦ୍ୱାରା ରେଳବାଇ ଚାକିରି ପାଇଁ ନିଯୁକ୍ତିର ନକଲି ପ୍ରତିଶ୍ରୁତି ଦେଇ ପ୍ରାର୍ଥୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତି ଏବଂ ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ ମିଡିଆରେ ରେଳବାଇ ଦ୍ୱାରା ପ୍ରସାରିତ ସଚେତନତା ଖବର ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ଗତ ଅଗଷ୍ଟ ମାସ ୨୯ ତାରିଖରେ ରେଳବାଇ ନିଯୁକ୍ତି ବୋର୍ଡ ୱେବସାଇଟରେ ପ୍ରକାଶିତ ଭିଡିଓ ବିଜ୍ଞପ୍ତି ଦ୍ୱାରା ପ୍ରାର୍ଥୀଙ୍କୁ ସମାନ ବିଷୟ ସମ୍ବନ୍ଧରେ ସ୍ପଷ୍ଟ କରାଯାଇଅଛି।

ସମ୍ବନ୍ଧିତ ଖବର