ସମ୍ବଲପୁର : ସାଇବର୍ ଠକମାନେ ଲୋକଙ୍କ ଠକିବା ପାଇଁ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ଜାଲ ବିଛାଉଛନ୍ତି। ଅନେକ ଲୋକ ସେମାନଙ୍କ ଜାଲରେ ପଡ଼ି ଠକେଇର ଶିକାର ମଧ୍ୟ ହେଉଛନ୍ତି। ଅନ୍ଲାଇନ୍ରେ ସପିଂ କରୁଥିଲେ ସାବଧାନ ହୋଇଯାନ୍ତୁ। ସାଇବର୍ ଠକମାନେ ଏବେ ଅନ୍ଲାଇନ୍ ସପିଂ ପ୍ଲାଟ୍ଫର୍ମ ମାଧ୍ୟମରେ ଲୋକଙ୍କୁ ଠକିବା ଆରମ୍ଭ କରିଲେଣି। ସମ୍ବଲପୁରର ଜଣେ ବ୍ୟକ୍ତି ଏଭଳି ଭାବେ ସାଇବର୍ ଠକେଇର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ଆକାଉଣ୍ଟ ବ୍ୟବହାର କରି ଠକ ଇଏମ୍ଆଇରେ ୩୭ ହଜାର ଟଙ୍କାର ମୋବାଇଲ୍ ଗୁଜୁରାଟକୁ ଅର୍ଡ କରିଛି।
ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଧାନପାଲିର ଗୋକୁଳାନନ୍ଦ ସାହୁ ୫ ବର୍ଷ ତଳେ ଅନ୍ଲାଇନ୍ କିଣାକିଣି ପାଇଁ ଫ୍ଲିପ୍କାର୍ଟରେ ଆକାଉଣ୍ଟ ଖୋଲିଥିଲେ। ତାଙ୍କ ଫ୍ଲିପ୍କାର୍ଟ ଆକାଉଣ୍ଟ ବ୍ୟବହାର କରି ସାଇବର୍ ଠକ ଗତ ମେ’ ୨୧ ତାରିଖ ଦିନ ଇଏମ୍ଆଇ ମାଧ୍ୟମରେ ୩୭ ହଜାର ଟଙ୍କାର ଏକ ମୋବାଇଲ୍ ଅର୍ଡର୍ କରିଥିଲା। ଠକ ପ୍ରବୀଣ ନାଁରେ ୩୭,୦୬୮ ଟଙ୍କା ମୂଲ୍ୟର ମୋବାଇଲ୍ ଅର୍ଡର କରିଥିବା ବେଳେ ଠିକଣା ଗୁଜୁରାଟ ଦେଇଥିଲା। ମେ’ ୨୨ ତାରିଖ ଦିନ ଗୁଜୁରାଟର ବଦୋଦରାରୁ ଠକ ଫ୍ଲିପ୍କାର୍ଟରୁ ମୋବାଇଲ୍ ଫୋନ୍ଟି ଗ୍ରହଣ ମଧ୍ୟ କରିଥିଲା। ଉକ୍ତ ଟଙ୍କା ଗୋକୁଳାଙ୍କ ଫ୍ଲିପ୍କାର୍ଟ ପେ’ ଲ୍ୟାଟର୍ରୁ କଟିଯାଇଥିଲା। ଗୋକୁଳାଙ୍କ ଯାହାର ଟେର୍ ବି ମିଳି ନଥିଲା। ପରେ ଏ ବିଷୟରେ ଜାଣିବା ପରେ ସେ ସଦର ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/online-shopping.jpg)