ମୁମ୍ବାଇରେ ହେଉ ଦ୍ୱିତୀୟ ଓଡ଼ିଶା ଭବନ

ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲା ବମ୍ବେ ଓଡ଼ିଆ ମହାସଂଘ

ଭୁବନେଶ୍ୱର : ମୁମ୍ବାଇରେ ୧୦ଲକ୍ଷ ଓଡ଼ିଆ ବସବାସ କରନ୍ତି। କେହି ରୋଜଗାର ପାଇଁ ତ କେହି ଚକିତ୍ସା ପାଇଁ ମୁମ୍ବାଇ ଯାଇଥାନ୍ତି। ବହୁ ବିଶିଷ୍ଟ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମୋରିଆଲ୍ ହସ୍ପିଟାଲ ଆସିଥାନ୍ତି। ମୁମ୍ବାଇରେ ଗୋଟିଏ ଓଡ଼ିଶା ଭବନ ରହିଥିବାବେଳେ ଅନ୍ୟ ଏକ ଓଡ଼ିଶା ଭବନର ଆବଶ୍ୟକତା ରହିଛି। ଏଥିପାଇଁ ବମ୍ବେ ଓଡ଼ିଆ ମହାସଂଘ ପକ୍ଷରୁ ଆଉ ଏକ ଓଡ଼ିଶା ଭବନ ନିର୍ମାଣ କରିବାକୁ ଦାବି କରାଯାଇଛି। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ବିପିନ ବିହାରୀ ମିଶ୍ର, ଉପସଭାପତି ବିଜୟ ପାଣିଗ୍ରାହୀ, ସମ୍ପାଦକ ସୂର୍ଯ୍ୟକାନ୍ତ ମିଶ୍ର, କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଶାସକ ଗୋପାଳ ଚନ୍ଦ୍ର ତ୍ରିପାଠୀ ଓ ଅନ୍ୟପ୍ରବାସୀ ଓଡ଼ିଆମାନେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର