କାଳିଆପାଣି : ନଗଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଆଜି ସ୍ଥାନୀୟ ନାଲିଆଡାବ ବସ୍ତିର ବୃଦ୍ଧ ଶୁକଦେବ ମହାକୁଡ଼(୬୬)ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅଣ୍ଟା, ପେଟ ଓ ହାତକୁ ଭାଲୁ ରାମ୍ପି ଦେଇଛି। ପୂର୍ବରୁ ସେ ୪ ଥର ଭାଲୁ ଅକ୍ରମଣରେ ଆହତ ହୋଇଥିଲେ। ୨୦୧୮ ମସିହାରେ ଭାଲୁ ଆକ୍ରମଣରେ ତାଙ୍କ ଡାହାଣ ହାତ ବାହୁ ଓ ମଣିବନ୍ଧ ହାଡ଼ ଭାଙ୍ଗିଥିଲା।

Advertisment

ମଇଁଷି ଚରାଉଥିବା ଶୁକଦେବ ଆଜି ମଇଁଷିପଲ ଧରି ନାଲିଆଡାବରୁ ଗୁହିଆଶାଳ ଯାଉଥିବା ସମୟରେ ସୁକିନ୍ଦା ‌ରେଞ୍ଜ୍ ରାଁସୋଳ ସେକ୍ସନର ଦୈତାରୀ ଜଙ୍ଗଲରେ ଏକ ବଡ଼ଭାଲୁ ତାଙ୍କ ଆଡ଼କୁ ହଠାତ୍ ମାଡ଼ି ଆସି ଆକ୍ରମଣ କରିଥିଲା। ଲହୁଲୁହାଣ ହୋଇ ସେ ପଡ଼ି ରହିଥିଲେ। ଶନିବାର ହାଟରୁ ଲୋକେ ଗୁହିଆଶାଳ ଫେରିବା ବାଟରେ ତାଙ୍କୁ ଉଦ୍ଧାର କରିଥିଲେ। ସଂଧ୍ୟାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନେଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।