ନୀଳଗିରି:ନୀଳଗିରି ଏନଏସି ଯାଉଁରି ଗାଁରେ ଶୌଚ ପାଇଁ ଯିବାବେଳେ ମାଡି ବସିଲା ଭାଲୁ। ସୂଚନା ଯୋଗ୍ୟ କି ଜାଉଁରି ଗାଁର ପାର୍ବତୀ ସିଂ ନାମକ ଯୁବତୀ ଆଜି ସକାଳେ ନିଜ ଘର ବାଡ଼ି କୁ ଶୌଚ ପାଇଁ ଯାଇଥିଲେ।

Advertisment

ପଛ ପଟୁ ଏକ ଭାଲୁ ତାଙ୍କୁ ମାଡି ବସିବାରୁ ପାର୍ବତୀ ଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଛି , ପାର୍ବତୀ ଙ୍କ ଚିତ୍କାର ଶୁଣି ପରିବାର ଲୋକେ ଭାଲୁ କୁ ଘଉଡ଼ାଇବା ସହିତ ସଙ୍ଗେ ସଙ୍ଗେ ୧୦୮ ଯୋଗେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସିତ ହେବା ପରେ ପାର୍ବତୀଙ୍କ ସ୍ଥିତି ଭଲ ଥିବୀ ଜଣାପଡିଛି।କୂଳଡିହା ଜଙ୍ଗଲରେ ନିଆଁ ଲାଗିଥିବା କାରଣରୁ ଭାଲୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ।