ନୂଆପଡ଼ା: ନୂଆପଡ଼ାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଜୁନାନି ଗ୍ରାମରେ ପଦାରେ ଶୌଚ ହେବାକୁ ଯାଇଥିବା ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜୁନାନି ଗ୍ରାମର ସୀମା ମାଝି (୨୫) ନିଜର ୩ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ନେଇ ସକାଳ ପ୍ରାୟ ସାଡ଼େ ୬ଟା ସମୟରେ ପାଖ ପଡ଼ିଆରେ ଶୌଚ ହେବାକୁ ଯାଇଥିଲେ ।
ହଠାତ୍ ୩ଟି ଭାଲୁ ଆସି ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମହିଳାଜଣକ କ୍ଷତାକ୍ତ ହୋଇଥିଲେ। ଏହାପରେ ମହିଳାଙ୍କ ଚିତ୍କାର ଶୁଣି ଲୋକେ ସୀମାଙ୍କୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଶିଶୁର କୌଣସି କ୍ଷତି ହୋଇନଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/nuapada.jpg)