ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ବୁଢ଼ାବଣ ଗ୍ରାମର ଏକ ୩୦ଫୁଟ ଗଭୀର କୂଅରୁ ଆଜି ଏକ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଭାଲୁ ଛୁଆଟି ବୁଢ଼ାବଣ ଗ୍ରାମର ଏକ ପୋଖରୀ ହୁଡ଼ାରେ ବୁଲୁଥିବା ଦେଖି ଗ୍ରାମବାସୀ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଭାଲୁ ଆକ୍ରମଣ କରିବାରୁ ପାଟଣା ଥାନା ଶଙ୍ଖୁଆ ପଞ୍ଚାୟତ ଜରକୀନାଳ ଗ୍ରାମର କାଳିଆ ମାଝି (୨୧) ଆହତ ହୋଇଥିଲେ। ଭାଲୁଟି ଭୟଭୀତ ହୋଇ ଦୌଡ଼ୁଥିବା ବେଳେ ବୁଢ଼ାବଣ ଗ୍ରାମର ମନୋରଞ୍ଜନ ଦଣ୍ଡପାଟଙ୍କ ୩୦ଫୁଟ ଗଭୀର କୂଅରେ ପଡ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ଦମକଳବାହିନୀ ଓ ପାଟଣା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗ୍ରାମବାସୀଙ୍କ ସହଯୋଗରେ ୪ଘଣ୍ଟା କସରତ ପରେ ଛୁଆଭାଲୁ କୂଅରୁ ଉଦ୍ଧାର ହୋଇଛି। ଭାଲୁ ଛୁଆକୁ ଜଙ୍ଗଲରେ ଛଡ଼ାଯିବ ବୋଲି ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟ ମହାପାତ୍ର ପ୍ରକାଶ କରିଛନ୍ତି।
୩୦ଫୁଟ କୂଅରୁ ଛୁଆ ଭାଲୁ ଉଦ୍ଧାର
/sambad/media/post_attachments/wp-content/uploads/2018/02/bhalu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)