ଗାଇସିଲାଟ : ବରଗଡ଼ ଜିଲ୍ଲା ଗାଇସିଲାଟ୍ ବ୍ଲକ୍ ଜୁବାଖୋଳ ଗ୍ରାମରେ ଏକ ଭାଲୁର ମୃତଦେହ ଶୁକ୍ରବାର ଠାବ ହୋଇଛି। ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ପଡିଥିବା ଭାଲୁର ମୃତଦେହ ଦେଖି ଗାଁ ଲୋକେ ଗାଇସିଲାଟ ଫରେଷ୍ଟ ଅଫିସ୍କୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତ ଭାଲୁଟିର ଶବ ବ୍ୟବଚ୍ଛେଦ କରି ପୋଡ଼ି ଦେଇଥିଲେ। ଭାଲୁଟି କୌଣସି ଏକ ରୋଗ ସଂକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ବୋଲି ଭେଟିନାରି ଅଫିସର ରଶ୍ମିରଂଜନ ମହାନ୍ତି ସୂଚନା ଦେଇଛନ୍ତି। ମୃତ ଭାଲୁର କିଛି ନଖକୁ କୌଣସି ଦୁର୍ବୃତ୍ତ କାଟି ନେଇଛନ୍ତି। ଏହାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍ଓ ବିଶ୍ବନାଥ ମିଶ୍ର ସୂଚନା ଦେଇଛନ୍ତି।
ଭାଲୁର ମୃତଦେହ ଠାବ, ନଖ କାଟି ନେଲେ ଦୁର୍ବୃତ୍ତ
/sambad/media/post_attachments/wp-content/uploads/2021/03/l_bear-1473007291_835x547.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)