ନୂଆପଡ଼ା : ଶୁକ୍ରବାର ବିଳମ୍ବିତ ରାତିରେ ପୁଣି ଜିଲ୍ଲାପାଳଙ୍କ ବାସଭବନକୁ ଭାଲୁ ପଶିଛି। ରାତି ପ୍ରାୟ ୯ଟାରେ ନୂଆପଡ଼ା ସହର ମଧ୍ୟକୁ ପଶିଥିଲା। ପ୍ରଥମେ ସ୍ଥାନୀୟ ଇନ୍ଦିରା କଲୋନି ଭିତରୁ ବାହାରି ମିନି ଷ୍ଟାଡିୟମ୍ ସମ୍ମୁଖ ହନୁମାନ ମନ୍ଦିର ପରିସରକୁ ଚାଲି ଯାଇଥିଲା। କିଛି ସମୟ ପରେ ମିନି ଷ୍ଟାଡିୟମ୍ ଦେଇ ଜିଲ୍ଲାପାଳଙ୍କ ବାସଭବନକୁ ପଛ ପଟୁ ପ୍ରବେଶ କରିଥିଲା। ବିଳମ୍ବିତ ରାତିଯାଏ ଜିଲ୍ଲାପାଳଙ୍କ ବାସଭବନ ପରିସରରେ ଥିବା ଆମ୍ବ ଗଛ ମୂଳରେ ଲୁଚି ରହିଛି। ଆମ୍ବ ଖାଇବା ଆଶାରେ ଜିଲ୍ଲାପାଳଙ୍କ ବାସଭବନକୁ ଭାଲୁଟି ଚାଲିଆସୁଛି। ବନ ବିଭାଗ କର୍ମଚାରୀ ତା’ର ଗତିବିଧି ଉପରେ ନଜର ରଖିଛନ୍ତି।
ସୂଚନାଥାଉକି ଗତ ୩ଦିନ ହେଲା ବିଳମ୍ବତ ରାତିରେ ଜିଲ୍ଲାପାଳଙ୍କ ବାସଭବନକୁ ଭାଲୁଟି ପଶି ଆତଙ୍କ ଖେଳାଉଛି। ପ୍ରତିଦିନ ସନ୍ଧ୍ୟା ହେଲେ ସହର ଭିତରକୁ ପଶି ଲୋକଙ୍କୁ ଭୟଭୀତ କରୁଛି। ଶୁକ୍ରବାର ରାତିରେ ଯନ୍ତା ବସାଇ ଭାଲୁକୁ ଧରିବାକୁ ବନ ବିଭାଗ କର୍ମଚାରୀ ଉଦ୍ୟମ କରୁଛନ୍ତି। ଭାଲୁକୁ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ କର୍ମଚାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/38f47a92-2ca8-4c56-a9c1-c7e09b675c13.jpg)