ମନ୍ଦିର ଭିତରେ ପଶି ଭୋଗ ଖାଇଲା ଭାଲୁ 

ତେନ୍ତୁଳିଖୁଣ୍ଟି: ମନ୍ଦିର ଭିତରେ ଏକ ଜଙ୍ଗଲୀ ଭାଲୁ ପ୍ରବେଶ କରି ଭୋଗ ଖାଇଛି। ଭୋଗ  ଖାଇ ସାରିବା ପରେ ପୁଣି ଜଙ୍ଗଲ ମୁହାଁ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ସଲାପ ଗ୍ରାମରେ ଥିବା ରାଧାକୃଷ୍ଣ ମନ୍ଦିର ଭିତରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନା ମୁତାବକ ଗତକାଲି ରାତ୍ର ପ୍ରାୟ ୧୨ଟା ସମୟରେ ଗୋଟିଏ ଭାଲୁ ସଲପା ଗ୍ରାମ ସ୍ଥିତ ରାଧାକୃଷ୍ଣ ମନ୍ଦିର ଗ୍ରୀଲ ଭାଙ୍ଗି ଭିତରେ ପଶି ଯାଇଥିଲା। ମନ୍ଦିର ଭିତରେ ଥିବା ନଡ଼ିଆ, କଦଳୀ, ଘିଅ ଆଦି ଖୁସିରେ ଖାଇବାକୁ ଲାଗିଥିଲା। ଖାଇ ସାରିବା ପରେ ଭାଲୁଟି ମନ୍ଦିର ଭିତରେ କିଛି ସମୟ ବିଶ୍ରାମ ନେଇଥିଲା। ଏହାପରେ ପରେ ମନ୍ଦିର ଭିତରୁ ବାହାରି ଗ୍ରାମ ନିକଟସ୍ତ ମକା ବାଡ଼ ଭିତରକୁ ଚାଲିଯାଇଥିଲା । ଜଙ୍ଗଲରେ ବନ୍ୟଜନ୍ତୁଙ୍କ ନିମନ୍ତେ ଖାଦ୍ୟ ଅଭାବ ଦେଖା ଦେଇଥୁବାରୁ ହେବାରୁ ଭାଲୁ ଗାଁ ମୁହାଁ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର