ଡାବୁଗାଁ : ଡାବୁଗାଁରେ ଭାଲୁ ଆତଙ୍କ ଦେଖାଦେଇଛି। ଗତକାଲି ରାତ୍ର ପ୍ରାୟ ସାଢେ ୯ଟା ବେଳେ ଏକ ଭାଲୁ ଡାବୁଗାଁ ଜଗନ୍ନାଥ ମନ୍ଦିର ପାର୍ଶ୍ୱ ପୁରୁଣା ପୁଲିସ ଥାନା ନିକଟକୁ ଚାଲି ଆସିଥିଲା। ଥାନା ନିକଟସ୍ଥ ଗୌଡସାହିର ଜଣେ ମହିଳା ମୃତ୍ୟୁବରଣ କରିଥିବାରୁ ଲୋକେ ସେଠାରେ ଉଜାଗର ଥିଲେ। କେତେକ ଲୋକ ଭାଲୁକୁ ଦେଖିବା ପରେ ଚିତ୍କାର କରିଥିଲେ। ଏହାପରେ ପାର୍ଶ୍ୱରେ ଥିବା ପାତ୍ରସାହି, ରେଲିସାହିର ଲୋକେ ଉଠି ବାଣ ଫୁଟାଇ ଭାଲୁକୁ ଘଉଡାଇବା ପରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ଘରପଟୁ ଚାଲିଯାଇଥିଲା। ତଥାପି ଭାଲୁ ପାଇଁ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି। ଡାବୁଗାଁକୁ ଲାଗି ଚିକିଲି ସଂରକ୍ଷିତ ଜଙ୍ଗଲ ଓ ଡୁମୁନିଗୁଡା ଜଙ୍ଗଲ ରହିଥିବାରୁ ଗାଁକୁ ପଶି ଆସିଥିବା ଜଣାପଡିଛି।
ଡାବୁଗାଁରେ ଭାଲୁ ଆତଙ୍କ
/sambad/media/post_attachments/wp-content/uploads/2017/12/bear-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)