ଯଖପୁରା : କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଯଖପୁରା ସମେତ ଭିସାଷ୍ଟିଲରେ ଭାଲୁ ଆତଙ୍କ ଖେଳାଇ ଦେଇଛି। ନିକଟସ୍ଥ ବଡମୂଳା ପାହାଡ଼ରୁ ଏକ ଭାଲୁକୁ ଆଜି ଗ୍ରାମବାସୀ ଏକ ବୁଦା ମୂଳରେ ଦେଖିଥିଲେ। ଶତାଧିକ ଗ୍ରାମବାସୀ ଭାଲୁକୁ ଗୋଡ଼ାଇବା ଫଳରେ ଭାଲୁଟି ଭିସା ଷ୍ଟିଲ କାରଖାନା ମଧ୍ୟକୁ ପାଚେରି ଡେଇଁ ପଶି ଯାଇଥିଲା। ଖବର ପାଇ ଯଖୁପରା ପୁଲିସ ଟମକା ଓ ଯାଜପୁର ରୋଡ ବନଖଣ୍ଡ ଅଧିକାରୀଙ୍କ ସମେତ ୩୦ ରୁ ଊର୍ଦ୍ଧ ବନ କର୍ମଚାରୀ ଭାଲୁ ଉଦ୍ଧାରରେ ସାମିଲ ଥିଲେ ମଧ୍ୟ ଧରିବାରେ ସକ୍ଷମ ହୋଇନାହାନ୍ତି। ଭାଲୁ ଆତଙ୍କ ଦ୍ଵାରା କାରଖାନାର କର୍ମଚାରୀ ଏବଂ ଶ୍ରମିକ ଭୟଭୀତ ଥିବା ବେଳେ କାରଖାନା ଉତ୍ପାଦନ ବାଧାପ୍ରାପ୍ତ ହୋଇ ନଥିବା କାରଖାନାର ଏଜିମ୍ ଚିରଂଜୀବୀ ଅଗ୍ରୱାଲ ପ୍ରକାଶ କରିଛନ୍ତି।
ଭିସା ଷ୍ଟିଲରେ ଭାଲୁ ଆତଙ୍କ
/sambad/media/post_attachments/wp-content/uploads/2018/02/bear.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)