କାଠଗୋଛି ଜଙ୍ଗଲରେ ମାଈ ଭାଲୁ ମୃତ

ନୀଳଗିରି : ଅଧିକ ବୟସ ଯୋଗୁଁ ଏକ ମାଈ ଭାଲୁର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ; ନୀଳଗିରି ବନବିଭାଗ ଅଧୀନ ମିତ୍ରପୁର ରେଞ୍ଜର କାଠଗୋଛି ଜଙ୍ଗଲ ପାଦଦେଶରେ ଏକ ଭାଲୁ ମରି ପଡ଼ିଥିଲା। ଆଜି ସକାଳେ ଗ୍ରାମବାସୀମାନେ ମଲା ଭାଲୁକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ନୀଳଗିରି ରେଞ୍ଜର ସୁକୁମାର ଦାସ ସଦଳବେଳେ ଘଟଣାସ୍ଥଳରେ ପହଞ୍ଚୃ ମୃତ ଭାଲୁଟିକୁ କାର୍ଯ୍ୟାଳୟକୁ ନେଇଯାଇଥିଲେ। ବ୍ୟବଚ୍ଛେଦ ପରେ ଭାଲୁକୁ ଜାମୁଡ଼ିହା ନର୍ସରୀରେ ପୋତିଦିଆଯାଇଛି।

ସମ୍ବନ୍ଧିତ ଖବର