ଘଟଗାଁ ବଜାରରେ ଭାଲୁ

ଘଟଗାଁ : ଘଟଗାଁ ବଜାରରେ ଶୁକ୍ରବାର ଭୋର ୫ଟାବେଳେ ଏକ ଭାଲୁ ଦେଖିବାକୁ ମିଳିଥିଲା। ଘଟଗାଁ ଥାନା ପାଖ ଦୁର୍ଗା ବହି ଦୋକାନ ଆଗରେ ଭାଲୁଟି ଠିଆ ହୋଇଥିଲା। ସକାଳୁ ବଜାରକୁ ଆସିଥିବା କିଛି ଲୋକ ତାକୁ ଦେଖି ଜୋରରେ ଚିତ୍କାର କରିଥିଲେ। ଫଳରେ ଭାଲୁଟି ବ୍ଲକ୍‌ କଲୋନି ଦେଇ ରେଞ୍ଜ ଅଫିସ ଆଡ଼କୁ ପଳାଇ ଯାଇଥିଲା। ପୁଣି ଗାଁ ଭିତରେ ପଶି ବଜାର ଆଡ଼କୁ ଆସିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇ ଦେଇଥିଲେ।

ବଜାରରେ ଭାଲୁ ବୁଲୁଥିବାର ଦୃଶ୍ୟ ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସି କ୍ୟାମେରାରେ କଏଦ ହୋଇଛି। ଭାଲୁ କେଉଁ ପରିସ୍ଥିତିରେ ବଜାରକୁ ଆସିଲା ତାହା ଜଣାପଡ଼ିନିି। ୩ ସପ୍ତାହ ହେଲା ଅଟେଇ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବାରୁ ଭାଲୁଟି ଗାଁମୁହାଁ ହୋଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ କଟରାବେଡ଼ା ରାସ୍ତାରେ ଦୁର୍ଘଟଣାରେ ଏକ ଭାଲୁର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର