ମା’ ତାରାତାରିଣୀ ମନ୍ଦିରରେ ତିନି ଭାଲୁ

ପୁରୁଷୋତ୍ତମପୁର : ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ମନ୍ଦିର ବେଢ଼ାରେ ତିନି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ସେଠାରେ ରାତିରେ ରହୁଥିବା ସେବାୟତମାନେ କହିବାନୁସାରେ ଗତ ୧୫ ଦିନ ହେବ ରାତିରେ ମା’ ଭାଲୁ ସହ ୨ଟି ପିଲା ଭାଲୁ ବୁଲୁଛନ୍ତି। ଦୁଇଦିନ ହେଲା ଭାଲୁମାନେ ରାତି ପ୍ରାୟ ୯ଟାରେ ମନ୍ଦିର ବେଢ଼ାରେ ଥିବା ଦୀପ ଷ୍ଟାଣ୍ଡ୍‌ରୁ ଘିଅ ଖାଇବା ଓ ବାହାରେ ବୁଲାବୁଲି କରୁଛନ୍ତି। ତାରାତାରିଣୀ ମନ୍ଦିରରେ ପହଲି ଭୋଗ ଲାଗି ହେଉଥିବା ଯୋଗୁଁ ସେବାୟତମାନେ ରାତି ୪ଟାରେ ତିନୋଟି ଭାଲୁକୁ ଦେଖିଥିଲେ। ହୋହାଲ୍ଲା କରିବାକୁ ଭାଲୁମାନେ ରତ୍ନଗିରି ପାହାଡ଼କୁ ଯାଇଯାଇଥିଲେ। ଏହାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର