ରାମଚନ୍ଦ୍ରପୁର : ଶିବ ମନ୍ଦିର ଉପରେ ଚଢ଼ିଲା ଭାଲୁ

ରାମଚନ୍ଦ୍ରପୁର : ଆନନ୍ଦପୁର ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଦିନକୁ ଦିନ ଭାଲୁଙ୍କ ଉତ୍ପାତ ବୃଦ୍ଧି ପାଉଛି। ଗତକାଲି ରାତି ପ୍ରାୟ ୧୦ଟାବେଳେ ତିନିଟି ଭାଲୁ ପୁରୁଣାବାନ୍ଧଗୋଡ଼ା ଗାଁ ଭିତରେ ପଶି ଏଣେତେଣେ ବୁଲିବା ସହ ଶିବମନ୍ଦିର ଉପରେ ଚଢ଼ି ମହୁଫେଣା ଖାଉଥିବା ଗାଁ ଲୋକେ ଦେଖିଥିଲେ। ଲୋକଙ୍କ ପାଟି ଶୁଣିବାରୁ ଭାଲୁ ଗୁଡ଼ିକ ପାଚେରି ଡେଇଁ ଜଙ୍ଗଲକୁ ପଳାଇ ଯାଇଥିଲେ।

କିଛିଦିନ ହେଲା ସଞ୍ଜ ନଇଁଲେ ଭାଲୁ ଖାଦ୍ୟ ସନ୍ଧାନରେ ଜଙ୍ଗଲରୁ ବାହାରି ଗାଁ ଭିତରେ ପଶୁଛନ୍ତି। ବନ ବିଭାଗ ଭାଲୁଙ୍କ ଗତିବିଧି ଉପରେ ନଜର ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି। ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବନ କର୍ମଚାରୀ କଡ଼ା ପହରା ଦେଉଥିବା ବନପାଳ ମଳୟ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର