ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ରେଞ୍ଜ ଚନାବେଡ଼ା ଗାଁର ଏକ ପରିତ୍ୟକ୍ତ ଘରେ ଏକ ମାଈ ଭାଲୁ ୨ଟି ଛୁଆ ଜନ୍ମ ଦେଇ ଜଗି ରହିଛି। ଫଳରେ ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଚନାବେଡ଼ା ଗ୍ରାମରେ କିଛି ଦିନ ହେବ ଏକ ମାଈ ଭାଲୁ ଗାଁର ଏକ ପରିତ୍ୟକ୍ତ ଘରେ ୨ଟି ଶାବକକୁ ଜନ୍ମ ଦେଇଛି। ପ୍ରତିଦିନ ମାଈ ଭାଲୁଟି ସନ୍ଧ୍ୟାରେ ଶାବକ ପାଖକୁ ଆସୁଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ଖରିଆର ରୋଡ୍ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଭାଲୁଟି ନିଜ ଛୁଆଙ୍କୁ ଜଗି ରହିଥିବା ବେଳେ ଗାଁ ଲୋକଙ୍କୁ କୌଣସି ପ୍ରକାର କ୍ଷତି କରୁ ନଥିବା ଜଣାଯାଇଛି। ଏ ବାବଦରେ ଖରିଆର ରୋଡ୍ ରେଞ୍ଜର ଦୀନବନ୍ଧୁ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି, ଗାଁ ଶେଷ ଭାଗର ଏକ ପରିତ୍ୟକ୍ତ ଘରେ ଭାଲୁ ୨ଟି ଛୁଆ ଜନ୍ମ ଦେଇଛି। ହେଲେ ପ୍ରତିଦିନ ସନ୍ଧ୍ୟାରେ ଭାଲୁଟି ଛୁଆଙ୍କ ପାଖକୁ ଆସୁଛି। ଭାଲୁ ଓ ୨ଟି ଶାବକଙ୍କ ଉପରେ ବିଭାଗୀୟ କର୍ମଚାରୀ ନଜର ରଖିଛନ୍ତି ବୋଲି କହିଥିଲେ।
୨ ଶାବକକୁ ଜଗି ରହିଛି ଭାଲୁ: ଚନାବେଡ଼ା ଗାଁ ଲୋକେ ଭୟଭୀତ
/sambad/media/post_attachments/wp-content/uploads/2024/01/hfkhkffhkfkhfkh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)