କୂଅରୁ ଗାଡ଼ଭାଲୁ ଉଦ୍ଧାର

ବାଙ୍କୀ : ପାଣି ପିଇବାକୁ ଆସି କୂଅରେ ଖସିଗଲା ଗାଡ଼ଭାଲୁ। ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗାଡ଼ଭାଲୁକୁ କୂଅରୁ ଉଦ୍ଧାର କରି ଅଭୟାରଣ୍ୟରେ ଛାଡି ଦିଆଯାଇଛି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ସନ୍ନିକଟ ଅରପୁର ଗ୍ରାମ ନିକଟରେ। ପ୍ରାୟ ଘଣ୍ଟାଏ ଧରି ଅପରୋସନ ଭାଲୁ ପାଇଁ ବନବିଭାଗ ଓ ଅଗ୍ନିଶମ ବିଭାଗର ୨୦ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ପ୍ରଥମେ ଭାଲୁ ଜାଲୁରୁ ଖସପଡିଥିଲା ପୁଣି କିଛି ସମୟ ପରେ ଜାଲରେ ପଡ଼ିଥିଲା ଗାଡ଼ଭାଲୁ। ଉଦ୍ଧାର ହୋଇଥିବା ଭାଲୁର ବୟସ ପ୍ରାୟ ଦେଢବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଗ୍ରୀଷ୍ମ ଋତୁ ଆରମ୍ଭରୁ ଡ଼ମପଡା-ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ଜଳାଶୟ ଶୁଖିବାକୁ ବସିଲାଣି। ଏଥିସହ ଜଙ୍ଗଲ ନିଆଁ ଯୋଗୁଁ ବନ୍ୟପ୍ରାଣୀ ଓ ପଶୁପକ୍ଷୀ ଜନବସତି ଆଡ଼କୁ ମୁହାଁଉଛନ୍ତି। ଗତକାଲି ଶନିବାର ପାଣି ପିଇବା ପାଇଁ ଚନ୍ଦକା-ଡ଼ମପଡା ଅଭୟାରଣ୍ୟରୁ ଏକ ଭାଲୁ ଆସି ବାଙ୍କୀ ଥାନା ଅନ୍ତର୍ଗତ ଅରପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ କୂଅରେ ଗଳିପଡିଥିଲା। ଆଜି ସକାଳେ ଏହା ଜଣାପଡିବା ପରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଡ଼ମପଡା ବନ ବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ସରପଞ୍ଚ ସୁନିଲ ସାହୁ, ସୁବ୍ରତ କୁମାର ନାୟକ, ଅରପୁର ଯୁବକ ସଂଘର ସଦସ୍ୟମାନେ ଏଥିରେ ସହାୟତା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର