ଖୋର୍ଦ୍ଧା ଉପକଣ୍ଠ ପୁବୁସାହିରୁ ଗାଢ଼ ଭାଲୁ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ପୁବୁସାହିର ଏକ ଖୋଲା କୂଅରୁ ଏକ ଗାଢ଼ ଭାଲୁକୁ ଗାଁଲୋକ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ସୂଚନାନୁସାରେ, ଆଜି ସକାଳେ ପୁବୁ ସାହିର କିଛି ଯୁବକ ଗାଧୋଇ ଗଲାବେଳେ କୂଅରେ ଏକ ଗାଢ଼ଭାଲୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ଭାଲୁଟି ରାତିରେ ଖାଇବା ଅନ୍ୱେଷଣରେ ଗାଁ ଭିତରକୁ ଆସିଥିବା ସମୟରେ କୂଅ ଭିତରେ ଖସି ପଡ଼ିଥିବା ଅନୁମାନ କରାଯାଉଛି। କୂଅରୁ ଉଠିବା ପାଇଁ ଦୀର୍ଘ ସମୟ ଚେଷ୍ଟା କରି ଭାଲୁଟି ଅର୍ଦ୍ଦଚେତନ ଅବସ୍ଥାକୁ ଚାଲିଆସିଥିଲା । ପ୍ରଥମେ ଯୁବକମାନେ ଏହାକୁ ଏକ ଭାଲୁ ଛୁଆ ବୋଲି ଭାବିଥିଲେ । ପରେ ଏହାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ।

ସମ୍ବନ୍ଧିତ ଖବର