ଜୟପୁର: ଭାଲୁପଲ ଜୟପୁର ବ୍ଲକ ଅର୍ନ୍ତଗତ ଆମ୍ବାଗୁଡା ପଂଚାୟତ, ହାଡିଆ ପଂଚାୟତର ସିନ୍ଧିଗାଁ, ହାଡିଆ, ପୁଟ୍ରା, ତେଲିଆ, ବଡ ମଣ୍ଡାପଦର, ସାନମଣ୍ଡାପଦର ଅଂଚଳରୁ ଯାଉନି। ସୋମବାର ରାତି ଓ ଆଜି ସକାଳୁ ଏହି ଅଂଚଳରେ ବୁଲୁଥିବା ଉପରୋକ୍ତ ଗ୍ରାମବାସୀ ମାନେ କହିଛନ୍ତି। ୪ଜଣିଆ ଭାଲୁପଲ ଗୋଟିଏ ପରିବାରର ସଦସ୍ୟ, ବାପା, ମା ଓ ଦୁଇ ଜାଁଳା ପିଲା ବୋଲି କହିଛନ୍ତି ବନାଂଚଳ ଅଧିକାରୀ ସଚ୍ଚିନନ୍ଦନ ପରିଡ଼ା। ଗୋଟିଏ ପଟେ ବନବିଭାଗର କର୍ମଚାରୀ ମାନେ ଭାଲୁ ଆକ୍ରମଣ ଏବଂ ଗାଁ ଲୋକେ ପ୍ରତିଆକ୍ରମଣ ନ କରିବାକୁ ସଚେତନତା ସୃଷ୍ଟି କରୁଛନ୍ତି। ତେବେ ଭାଲୁକୁ ଏହି ଅଂଚଳରୁ ଘଉଡାଇବାକୁ ବିକଳ୍ପ ଚିନ୍ତା ଆରମ୍ଭ କରିଛି ବନବିଭାଗ। ହର୍ଣ୍ଣ ବାଜିଲେ ଅଧକିଲୋମିଟର ଭାଲୁ ଦୌଡ଼ିବ। ତେଣୁ ଏହାକୁ ଏଠାରେ ପ୍ରୟୋଗ କରାଯିବ ବୋଲି କହିଛନ୍ତି ବନାଂଚଳ ଅଧିକାରୀ।

Advertisment

publive-image

ଅପରପକ୍ଷରେ ସିନ୍ଧିଗାଁରେ  ଆଖୁଚାଷୀ ରମେଶ ସାହୁଙ୍କ ୪ଏକର ଆଖୁ ପସଲକୁ ଭାଲୁପଲ ନଷ୍ଟ କରିଥିଲେ। ସେ ଏ ନେଇ ବନବିଭାଗ ନିକଟରେ ଅଭିଯୋଗ କରିବା ପରେ ବନାଂଚଳ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିଥିଲେ। ଅନୁକମ୍ପାମୂଳକ ରାଶି ପାଇଁ ଏକ ବନବିଭାଗର ସ୍ବତନ୍ତ୍ର ଆପରେ କ୍ଷତି ହୋଇଥିବା ଜମିର ଫଟୋ ଚିତ୍ର ଅପଲୋଡ କରିବାକୁ ପଡ଼ିଥାଏ। ତେବେ ଉକ୍ତ ଅଂଚଳରେ ସେହି ଆପ୍ ଟି ନ ଖୋଲିବା ଫଳରେ ଆଜି ଦୁଇ ଥର ବନାଂଚଳ ଅଧିକାରୀ ପ୍ରୟାସ କରି ଫେଲ୍ ମାରିଛନ୍ତି। ଅପରପକ୍ଷରେ ସିନ୍ଧିଗାଁରେ ଶ୍ରୀ ସାହୁଙ୍କ ଜମି ପାର୍ଶ୍ବରେ ଥିବା ଘଂଚ ଜଙ୍ଗଲ ମଧ୍ୟରେ ଭାଲୁପଲ ରହି ଅଂଚଳରେ ବୁଲିବା ସହ ତାଙ୍କ ପସଲ ଖାଇ ରହୁଥିବା କହିଛନ୍ତି ବନାଂଚଳ ଅଧିକାରୀ। ପୁରା ପରିବାର ବୁଲୁଥିବା ବେଳେ ୪ରୁ ୫ବର୍ଷର ଦୁଇଟି ଯାକ ଜାଁଳ ପିଲା ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ପୁରା ପରିବାର ବୁଲୁଥିବା ବେଳେ ୪ରୁ ୫ବର୍ଷର ଦୁଇଟି ଯାକ ଜାଁଳ ପିଲା ବୋଲି କହିଛନ୍ତି ବନାଂଚଳ ଅଧିକାରୀ। ଅପରପକ୍ଷରେ ଏବେ ବି ଉପରୋକ୍ତ ଗାଁ ଗୁଡିକରେ ଭାଲୁ ଆକ୍ରମଣ ଭୟର ବାତାବରଣ ଲାଗି ରହିଛି। ସଂଧ୍ୟା ହେବା ମାତ୍ରକେ କେହି ରାସ୍ତାରେ ବୁଲା ବୁଲି ବନ୍ଦ କରି ନିଜ ନିଜ ଘରେ ତାଟି କବାଟ ପକାଇ ରହୁଛନ୍ତି।