ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସହର ଉପକଣ୍ଠ ଲାତୁରପେଟରୁ ଏକ ନବଜାତ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ଲାତୁରପେଟ ଅମୁଲ୍ୟମଣି ରାଣୀପୁର ଅଲେଖ ବାବାମଠ ଠାରେ ଏହି ନବଜାତ ଭାଲୁ ଛୁଆକୁ ଉଦ୍ଧାର କରିଛନ୍ତି ଲାତୁରପେଟ ଗ୍ରାମର ପଦ୍ମଲୋଚନ ମହାନନ୍ଦ। ଆଜି ପଦ୍ମଲୋଚନ କୌଣସି କାମରେ ବାବା ମଠ ଆଡ଼କୁ ଯାଇଥିଲେ । ସେହି ସମୟରେ କିଛି କୁକୁର ନବଜାତ ଭାଲୁ ଛୁଆକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ କୁକୁରମାନଙ୍କୁ ଘଉଡାଇବା ସହିତ ତାକୁ ଉଦ୍ଧାର କରି ଲାତୁରପେଟ ଘରେ ରଖିଛନ୍ତି।
ଏବିଷୟରେ ପଦ୍ମଲୋଚନ ବୀରମହାରାଜପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୀରମହାରାଜପୁର ଥାନା ସବ ଇନ୍ସପେକ୍ଟର ସୁଦର୍ଶନ ଦେହୁରୀ ଘଟଣା ସ୍ଥଳରେ ପହଞ୍ଚି ଭାଲୁ ଛୁଆକୁ ବନବିଭାଗକୁ ହସ୍ତାନ୍ତର କରିବେ ବୋଲି ଜଣାଯାଇଛି। ।
ଏପଟେ ଭାଲୁ ଛୁଆର ମା’ ନିକଟସ୍ଥ ଧାନ ବିଲ ଭିତରେ ରହିଥିବା ଆଲୋଚନା ହେଉଛି । ଅନ୍ୟ ଭାଲୁ ଛୁଆ ମାନଙ୍କୁ ନେଇ ମା’ଭାଲୁ ମଠ ପାଖାପାଖି ଥିବାରୁ ଅନୁମାନ କରୁଛନ୍ତି ଗ୍ରାମବାସୀ। ଏଣୁ ମା’ ଭାଲୁ ଲୋକମାନଙ୍କୁ ଆକ୍ରମଣ କରିପାରେ, ସେଥିପାଇଁ ଜନସାଧାରଣ ସେ ଅଞ୍ଚଳକୁ ଯିବାପାଇ ଭୟ କରୁଥିବା ଜଣାପଡ଼ିଛି।
ବୀରମହାରାଜପୁର ସହର ଉପକଣ୍ଠରୁ ନବଜାତ ଭାଲୁ ଛୁଆ ଉଦ୍ଧାର
/sambad/media/post_attachments/wp-content/uploads/2020/11/bear.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)