ଧର୍ମ ପ୍ରଚାରକଙ୍କୁ ମାଡ଼, ଥାନାରେ ମାମଲା

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ଗଁପୁର ଏବଂ ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତରେ ଧର୍ମାନ୍ତରୀକରଣକୁ ନେଇ ଗତକାଲି ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଧର୍ମପ୍ରଚାରକଙ୍କୁ ମାଡ଼ ମରାଯିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରାଯାଇଛି। ଏନେଇ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଗଁପୁର ଓ ବରାଙ୍ଗ ଅଞ୍ଚଳର ଆଦିବାସୀଙ୍କୁ ପ୍ରଲୋଭନ ଦେଖାଇ ଏକ ନିର୍ଦ୍ଦିଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଛି। ଏହି ଖବର ଜଣାପଡ଼ିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ନଜର ରଖାଯାଇଥିଲା।

ଗତକାଲି ଦିନ ୧୦ଟାବେଳେ ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ମିଟୁଆଣି ଗ୍ରାମର ଶୁକଦେବ ହେମ୍ବ୍ରମ ନାମକ ଜଣେ ଧର୍ମପ୍ରଚାରକ ବରାଙ୍ଗ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ପରେ ଜଙ୍ଗଲ ରାସ୍ତା ଦେଇ ଘରକୁ ଫେରୁଥିଲେ। ବାଟରେ ଛକି ରହିଥିବା କିଛି ଦୁର୍ବୃତ୍ତ ସଂଘବଦ୍ଧ ହୋଇ ତାଙ୍କ ଗାଡ଼ି ଅଟକାଇବା ସହ ଆକ୍ରମଣ କରିଥିଲେ। ରାମଚନ୍ଦ୍ରପୁର ପୁଲିସ ପହଞ୍ଚି ଶୁକଦେବଙ୍କୁ ଉଦ୍ଧାର କରିଥିଲା। ଥାନା ଅଧିକାରୀ ପ୍ରଫୁଲ୍ଲ କୁମାର ବାର୍ଲା ଶୁକଦେବଙ୍କ ବୟାନ ଆଧାରରେ କେସ୍‌ ନମ୍ବର ୧୪୨/୨୨ରେ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର