ସମ୍ବଲପୁର : ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ ଯାଇଥିବା ବେଳେ ଟାଟା ପାଵାର୍‌ର କର୍ମଚାରୀଙ୍କୁ ଗୁରୁବାର ମାଡ଼ ମରାଯାଇଛି। ଏ ନେଇ ଟାଟା ପାଵାର୍‌ର କର୍ମଚାରୀ କିଶୋର ଦାସ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂଚନା ଅନୁଯାୟୀ, କିଶୋର ଦାସ ଓ ତାଙ୍କ ଟିମ୍‌ ମିଶି ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ ପୁଟିବନ୍ଧ ଯାଇଥିଲେ। ବକେୟା ବିଲ୍‌ ମାଗିବାରୁ ଜଣେ ବ୍ୟକ୍ତି କିଶୋରଙ୍କୁ ନିର୍ଧୁମ୍‌ ଛେଚିଥିଲେ। ସେଠାରୁ ଖସି ଆସି କିଶୋର ଧନୁପାଲ ଥାନାର ଦ୍ବାରସ୍ଥ ହୋଇଥିଲେ।