ସମ୍ବଲପୁର: ଧନୁପାଲି ଥାନା ଅ଼ଞ୍ଚଳରେ ରହୁଥିବା ମହିଳା ଫରେଷ୍ଟର୍ ପ୍ରଭାସିନୀ ପରିଡ଼ାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ସୌରଭ ଧରକୁ ଗିରଫ କରିଛି। ସୋମବାର ମହିଳାଙ୍କ ଘରେ ପଶି ସୌରଭ ଗାଳିଗୁଲଜ କରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।
ମହିଳା ଜଣକ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/arrest-1.jpg)