ସମ୍ବଲପୁର: ଧନୁପାଲି ଥାନା ଅ଼ଞ୍ଚଳରେ ରହୁଥିବା ମହିଳା ଫରେଷ୍ଟର୍‌ ପ୍ରଭାସିନୀ ପରିଡ଼ାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ସୌରଭ ଧରକୁ ଗିରଫ କରିଛି। ସୋମବାର ମହିଳାଙ୍କ ଘରେ ପଶି ସୌରଭ ଗାଳିଗୁଲଜ କରିବା ସହ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

Advertisment

ମହିଳା ଜଣକ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।