ବୁର୍ଲା : ବୁର୍ଲା ଗାନ୍ଧିପଡାରେ ସ୍ତ୍ରୀକୁ ମାଡ଼ ମାରି ସ୍ୱାମୀ ଗିରଫ ହୋଇଛି। ଗାନ୍ଧିପଡାର ଜଗଦୀଶ ଓ ତାଙ୍କ ସ୍ତ୍ରୀ ଜ୍ୟୋତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ଜଗଦୀଶ ଏକ ଟାଙ୍ଗିଆ ଆଣି ଜ୍ୟୋତିଙ୍କୁ ହାଣିବାକୁ ଉଦ୍ୟମ କରିଥିଲେ।
ଏ ନେଇ ଜ୍ୟୋତି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଜଗଦୀଶଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି।