ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟରେ ବନ୍ଦ ହୋଇଯାଇଥିବା ବିଏଡ୍‌ ପାଠ୍ୟକ୍ରମ ପାଇଁ ପୁଣି ନାମ‌ ଲେଖା ପାଇଁ ଏନ୍ ସିଟିଇ ଅନୁମତି ଦେଇଛି। ଏହା ପରେ ମଙ୍ଗଳବାର ଦିନ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨ଟି ପର୍ଯ୍ୟାୟରେ ନାମ ଲେଖା ଆବେଦନ ଦାଖଲ କରିବା ପାଇଁ ତାରିଖ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଧବାର ଠାରୁ ୨୦ତାରିଖ ଯାଏଁ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ୨୫ରୁ ୨୭ତାରିଖ ଯାଏଁ ସକାଳ ୧୦ଟାରୁ ୫ଟା ଯାଏଁ ଆବେଦନକାରୀମାନେ ନିଜ ଆବେଦନପତ୍ର ବିଶ୍ବବିଦ୍ୟାଳୟକୁ ଯାଇ ଦାଖଲ କରିବେ। ୩୦ ଓ ୩୧ତାରିଖରେ ମେରିଟ୍ ତାଲିକା ପ୍ରସ୍ତୁତି କରାଯିବ। ଏହା ପରେ ୧ତାରିଖ ଦିନ ମେରିଟ୍ ଲିଷ୍ଟର ତାଲକା ବିଶ୍ବବିଦ୍ୟାଳୟର ୱେବସାଇଟ, ନୋଟିସ ବୋର୍ଡରେ ମଧ୍ୟାହ୍ନ ୨ଟା ପରେ  ପ୍ରକାଶିତ କରାଯିବ। ଏହା ସହ ଫୋନକଲ୍ ଓ ଏସଏମଏସ୍ ମାଧ୍ୟମରେ ବି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦେବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର ସୂଚନା ଦେଇଛନ୍ତି। ୨ ଓ ୩ତାରିଖ ଦିନ ବିଶ୍ବବିଦ୍ୟାଳୟକୁ ଆସି ଆବେଦନକାରୀ ଛାତ୍ରଛାତ୍ରୀ ମାନେ ଆଡମିସନ୍ ନେବେ ବୋଲି ରେଜିଷ୍ଟ୍ରାର ଡ.ହାଲଦାର କହିଛନ୍ତି। ସକାଳ ୧୦ଟାରୁ ମଧ୍ୟାହ୍ନ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

Advertisment

ପ୍ରକାଶଯୋଗ୍ୟ, ୨୦୧୮-୧୯ଶିକ୍ଷାବର୍ଷରେ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ଥିବା ସମୟରେ ନ୍ୟାସନାଲ କାଉନସିଲ ଅଫ୍ ଟିଚର ଏଜୁକେସନ୍ (ଏନ୍ ସିଟିଇ)ର ଅନୁମୋଦନରେ ସେଲ୍ପ ଫାଇନାନ୍ସିଂ ବିଷୟ କ୍ରମରେ ୫୦ଟି ସିଟକୁ ନେଇ ବିଏଡ୍  ପାଠ ପଢ଼ା ଆରମ୍ଭ ହୋଇଥିଲା। ପତ୍ର ବିନିମୟ ଓ କିଛି ବିବରଣୀ ଠିକଣା ସମୟ ଦେବାରେ ବିଳମ୍ବ  ହୋଇଥିଲା। ୨୦୨୦ଶିକ୍ଷାବର୍ଷରେ ଏନସିଟିଇ ପକ୍ଷରୁ ମହାବିଦ୍ୟାଳୟକୁ ଏକ କାରଣଦର୍ଶାଅ ନୋଟିସ ଜାରୀ କରାଯାଇଥିଲା। ୨୦୧୭ମାର୍ଗଦର୍ଶିକା ଅନୁଯାୟୀ, ଅଧ୍ୟାପକ ନିଯୁକ୍ତି ଦିଆଯାଇଛି ନା ନାହିଁ, କେତେ ଜଣ ଅଧ୍ୟାପକ ଓ କର୍ମଚାରୀ ଆଦି ରହିଛନ୍ତି, ଅନୁସଙ୍ଗିକ ଭିତ୍ତିଭୂମି ସବୁ କଣ କଣ ରହିଛି ଆଦିର ସଂପୁର୍ଣ୍ଣ ବିବରଣୀ ଦାଖଲ କରିବାକୁ ଏନସିଟିଇ ପକ୍ଷରୁ କୁହାଯାଇଥିଲା। ବିଳମ୍ବରେ  ଏହାର ଉତ୍ତର ଦାଖଲ କରାଯାଇଥିବା ବେଳେ ଅନଲାଇନରେ କରାଯିବାକୁ କୁହାଯାଇଥିବା ବେଳେ ଅଫଲାଇନରେ ଏହାକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ପୁଣି ଏନସିଟିଇ ଆଉ ଗୋଟିଏ କାରଣଦର୍ଶାଅ ନୋଟିସ ଜାରୀ କରିବାରେ ଏହାର ସଠିକ ଉତ୍ତର ଦେବା ବଦଳରେ ପୁରୁଣା ଫର୍ମାଟକୁ  ପଠାଇ ଦିଆଯାଇଥିଲା। ତେବେ ଏଥିରେ ଏନସିଟିଇ କୌଣସି ସକରାତ୍ମକ ଓ ନକରାତ୍ମକ ମନ୍ତବ୍ୟ ଦେଇ ନଥିଲେ। ପରବର୍ତ୍ତୀ ସମୟରେ ପୁଣି ଚିଠି ଦେବା ପରେ ବି ମହାବିଦ୍ୟାଳୟରୁ କିଛି ଉତ୍ତର ଏନସିଟିଇକୁ ଯାଇ ନଥିଲା। ଏଭଳି ସ୍ଥିତିରେ ଏନସିଟିଇ ଏହି ବର୍ଷର ନାମଲେଖା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ।  ତେବେ ପୁଣି ନାମ ଲେଖା ପ୍ରକ୍ରିୟା ପାଇଁ ଅନୁମତି ଦେବା ଏବଂ ଆସନ୍ତାକାଲିରୁ ୨୦ ଏବଂ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ଆବେଦନଗ୍ରହଣ