ବିଏଡ୍‌ ଓ ଏମ୍‌ଏଡ୍‌ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ୧୬ରୁ

ଭୁବନେଶ୍ବର : ଆସନ୍ତା ୧୬ରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବ। ଏଥିସହ ଦୁଇ ବର୍ଷିଆ ବିଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ଶିକ୍ଷା ମଧ୍ୟ ସେଦିନଠାରୁ ଆରମ୍ଭ ହେବ। ଯେଉଁ ଛାତ୍ରଛାତ୍ରୀଙ୍କର କ୍ଲାସ୍‌ରୁମ୍‌ ଶିକ୍ଷା ଏବେ ହେବ ନାହିଁ; ସେମାନଙ୍କ ପାଠପଢ଼ା ଅନ୍‌ଲାଇନ୍‌ରେ ଜାରି ରହିବ। ଉକ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍‌ ପାଠପଢ଼ା କେବେଠାରୁ ହେବ ସେନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର