ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍‌ ରହିଛି । ସମୁଦାୟ ୧୫୭୬ ଜଣ ରୋଗୀ ଅଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦  ବେଡ୍‌ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ ରହିଛି। ଘରୋଇ ହସ୍ପିଟାଲରେ ୭୫୩ ଜଣ ଆକ୍ରାନ୍ତ ରହିଥିବା ବେଳେ ସରକାରୀ ହସ୍ପିଟାଲରେ ୮୨୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Advertisment

publive-image The Economic Times

ଘରୋଇ ହସ୍ପିଟାଲରେ ୧୪୯୪ଟି  ଆଇସିୟୁ ରହିଥିବା ବେଳେ ଆକ୍ରାନ୍ତ ଅଛନ୍ତି ୩୨୦ । ସେହିପରି ସରକାରୀ ହସ୍ପିଟାଲରେ ୫୨୪ ଆଇସିୟୁ ଥିବା ବେଳେ ଆକ୍ରାନ୍ତ ଅଛନ୍ତି ୧୦୪। ରାଜ୍ୟରେ ସମୁଦାୟ ଆଇସିୟୁ ବେଡ ସଂଖ୍ୟା ୨୦୧୮ଟି ଥିବା ବେଳେ ୪୨୪ ଜଣ ଆକ୍ରାନ୍ତ ରହିଛନ୍ତି। ଯେତିକି ଆଇସିୟୁ ବେଡ ରହିଛି ତାହାର ୨୧.୧ ପ୍ରତିଶତ ରୋଗୀ ରହିଛନ୍ତି।  ଘରୋଇ ହସ୍ପିଟାଲରେ ଭେଣ୍ଟିଲେଟର ରହିଛି ୬୦୩, ଆକ୍ରାନ୍ତ ଅଛନ୍ତି ୪୧ ଜଣ । ସେହିପରି ସରକାରୀ ହସ୍ପିଟାଲରେ ୧୭୯ ଭେଣ୍ଟିଲେଟର ରହିଥିବା ବେଳେ ୧୮ ଜଣ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ସମୁଦାୟ ଭେଣ୍ଟିଲେଟର ୭୮୨ ରହିଥିବା ବେଳେ ସେଥିରେ ରୋଗୀ ରହିଛନ୍ତି ୫୯ ଜଣ। ରାଜ୍ୟର ଭେଣ୍ଟିଲେଟର ତୁଳନାରେ ରୋଗୀଙ୍କ ସଂଖ୍ୟା ମାତ୍ର ୭.୫୪ ପ୍ରତିଶତ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।