ବେଦପ୍ରକାଶ ଅସୁସ୍ଥ

ଭୁବନେଶ୍ବର : ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲ୍‌ରେ ସେ ଚିକିତ୍ସାଧୀନ ଅଛନ୍ତି। ଚଳିତ ନିର୍ବାଚନ‌େର ବିଜେଡି ପ୍ରାର୍ଥୀ ଭାବେ ପୁଣି ପାଟକୁରାରୁ ଲଢ଼ୁଥିବା ଶ୍ରୀ ଅଗ୍ରୱାଲ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ତେବେ ହସ୍ପିଟାଲ୍‌ରୁ ଫେରି ସେ ଦଳୀୟ ଟିକେଟ୍‌ ନେଇ କେନ୍ଦ୍ରାପଡ଼ାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାହା ପରେ ସେଠାରେ ରହି ନିଜ ସମର୍ଥକ ଓ କର୍ମୀମାନଙ୍କ ସହ ନିର୍ବାଚନୀ ପ୍ରଚାର ଓ ଅନ୍ୟାନ୍ୟ ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। କିନ୍ତୁ ଗତକାଲି ସନ୍ଧ୍ୟାରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବର ଅଣାଯାଇ କେୟାର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଏବେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର