ଝରିଗାଁ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝରିଗାଁ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବା ପୂର୍ବରୁ ୧୫ଜଣ ଯବାନ ମହୁମାଛି ଆକ୍ରମଣରେ ଗୁରୁତର ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ କୋରାପୁଟରୁ ଆଇଆରବିଏନ ଓ ଓଆରଏସଏଫର ଯବାନ ମାନେ ଏକ ଗାଡ଼ିରେ ଭୋର ପ୍ରାୟ ୫ଟାରେ ଝରିଗାଁ ଥାନାରେ ପହଞ୍ଚିଥିଲେ। ଯବାନ ମାନେ ଥାନା ପରିସରରେ ଥିବା ଏକ ଗଛ ତଳେ ଚୁଲି ଜାଳି ରୋଷେଇ କରୁଥିଲେ। ତେବେ କାଠ ଚୁଲିର ଧୂଆଁ ବାହାରିବାରୁ ଏହି ଗଛ ଉପରେ ବସା ବାନ୍ଧିଥିବା ମହୁମାଛି ଯବାନ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଥିଲେ।
ମହୁମାଛି ଆକ୍ରମଣରେ ୧୫ ଯବାନ ଗୁରୁତର
/sambad/media/post_attachments/wp-content/uploads/2019/04/jhari-bee-attack.jpg)
/sambad/media/agency_attachments/2024-07-24t043029592z-sambad-original.webp)