ଅଳତି: ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଆଁପଦା ହାଟରେ ମହୁମାଛି ଆକ୍ରମଣରେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ରବିବାର ପାଇଁ ସୁଆଁପଦା ହାଟରେ ବ୍ୟବସାୟୀ ଓ ଗ୍ରାହକଙ୍କ ଭିଡ଼ ଜମିଥିଲା।
ଏହି ସମୟରେ ନିକଟସ୍ଥ ପାଣିଟାଙ୍କିରୁ ହୋଇଥିବା ଏକ ବିରାଟ ମହୁଫେଣାରୁ ମହୁମାଛି ବାହାରି ଲୋକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ବରପଦା ଗ୍ରାମର ଦେବାଶିଷ ଜେନାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।