ମହୁମାଛି ଆକ୍ରମଣରେ ୧୮ ଆହତ

ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍‌ ଠାକୁରପଡ଼ା ଗ୍ରାମରେ ଆଜି ମହୁମାଛି ଆକ୍ରମଣରେ ୧୮ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ନବୀନ ମହାନ୍ତ (୪୦)ଙ୍କ ଚିକିତ୍ସାଧୀନ ଥିବାବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ଆଜି ଠାକୁରପଡ଼ା କଲ୍ୟାଣମଣ୍ଡପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଓସ୍କା’ ପକ୍ଷରୁ ପଞ୍ଚାୟତର ଜନପ୍ରତିନିଧିଙ୍କୁ ନେଇ ଏକ ବ୍ଲକ୍‌ସ୍ତରୀୟ ପୋଷଣ କର୍ମଶାଳା ଅୟୋଜିତ ହୋଇଥିଲା। କର୍ମଶାଳା ପରେ ହଠାତ୍‌ ମହୁମାଛି ବାହାରି ଲୋକଙ୍କୁ ଆକ୍ରମଣ କରିଥିଲେ। ଏଥିରେ ବ୍ରଜ କିସାନ (୫୫), ପଦ୍ମଲୋଚନ ମହାନ୍ତ (୪୫), ବିଜୟ କୁମାର ନାୟକ (୪୪), ପ୍ରଦୀପ ସାହୁ (୪୫), ଗୀତାଞ୍ଜଳି ମହାନ୍ତ (୨୮), ରଂଜନ କୁମାର ନାୟକ (୫୦), ପଙ୍କଜ ମହାନ୍ତ (୨୦), ପୁରେନ୍ଦର ମହାନ୍ତ (୪୦), ମୃତ୍ୟୁଞ୍ଜୟ ସାହୁ (୪୪), ବିଜୟ କୁମାର ସାହୁ (୩୬), ଲମ୍ବୋଦର ମହାନ୍ତ (୫୦), ଗୋପାଳ ମହାନ୍ତ (୪୦), ଶୁକୁରା ନାଏକ (୫୫), ବାବୁଲି ମହାନ୍ତ (୪୫), ଶରତ ନାଏକ, ବିଭୂତି ସାହୁ ଓ ଯୁଧିଷ୍ଠିର ମହାନ୍ତ ଆହତ ହୋଇଛନ୍ତି। ‘ଓସ୍କା’ ସମ୍ପାଦିକା ଧରିତ୍ରୀ ରାଉତ ଓ କର୍ମଚାରୀମାନେ ଆହତଙ୍କୁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ।

ସମ୍ବନ୍ଧିତ ଖବର