ଦେବଗଡ଼: ସ୍ଥାନୀୟ ପତ୍ରାପାଲି ସାହିରେ ଶବ ସତ୍କାର ବେଳେ ମହୁମାଛି ଆକ୍ରମଣରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ତନ୍ମଧ୍ୟରୁ ଦୁଇ ଜଣ କୁଞ୍ଜ ମୁଣ୍ଡା (୭୪) ଓ ମନୋହର ମୁଣ୍ଡା (୫୪) ଗୁରୁତର ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପତ୍ରାପାଲି ସାହିର ଜୟ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ଶୁକ୍ରବାର ପୂର୍ବାହ୍ନରେ ସାହିବାସୀ ଓ ସମ୍ପର୍କୀୟମାନେ ଶବକୁ ନେଇ ସତ୍କାର ପାଇଁ ଶ୍ମଶାନକୁ ଯାଇଥିଲେ। ଶବ ସତ୍କାର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ମଶାନ ନିକଟରେ ଥିବା ଅର୍ଜୁନ ଗଛରୁ ମହୁମାଛିମାନେ ଆସି ଆକ୍ରମଣ କରିଥିଲେ। କିଛି ଲୋକ ଦୌଡ଼ି ପଳାଇଯାଇଥିବା ବେଳେ ମଧ୍ୟ ବୟସ୍କ ତଥା ବୃଦ୍ଧମାନେ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ। ପ୍ରାୟ ୩୦ ଜଣ ମହୁମାଛି ଆକ୍ରମଣର ଶିକାର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର କୁଞ୍ଜ ଓ ମନୋହରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନେ ବର୍ତ୍ତମାନ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/30-14.jpg)