ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଗୋଡ଼ଫୁଲାରେ ଆଜି ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ପାଳନ କରାଯାଉଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। ହଠାତ୍ ମହୁମାଛି ଆକ୍ରମଣରେ ୩ ଜଣ ରୋଷେୟା ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ, ଅନ୍ତରାମ ବାଗ, ଚେତରାମ ପଟେଲ, ଫଗୁ ପଟେଲ। କୃଷି କର୍ମଚାରୀ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ପାଇଁ ସେଠାରେ ରୋଷେଇ ବ୍ୟବସ୍ଥା ହୋଇଥିଲା। ଗଛତଳେ ରୋଷେଇ ପାଇଁ ନିଆଁ ଜାଳିବାରୁ ଗଛଡାଳରେ ଥିବା ମହୁଫଣାରୁ ମହୁମାଛିମାନେ ବାହାରି ଏହି ରୋଷେୟାମାନଙ୍କୁ ଆକ୍ରମଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/nuapada-d.jpg)