ଖୋର୍ଦ୍ଧା: ଖୋର୍ଦ୍ଧା-ଭୁବନେଶ୍ବର ବାଇପାସ ବାଟମଙ୍ଗଳା ଠାରେ ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏକ ମୃତ ଗାଈ ଓ ଗୋମାଂସ ଭର୍ତି କଣ୍ଟେନରକୁ ପୁଲିସ ଜବତ କରିଛି। ଜବତ ଗୋମାଂସର ପରିମାଣ ପ୍ରାୟ ୫ହଜାର କିଲୋଗ୍ରାମ ହେବ ବୋଲି ଜଣାଯାଇଛି।
ଗତକାଲି ଭୋରରେ ଆନ୍ଧ୍ରପ୍ରଦେଶ ପଞ୍ଜୀକୃତ ହୋଇଥିବା ଏକ କଣ୍ଟେନର ( ଏପି ୨୬ ଟିସି୧୪୨୦) ଟି ସନ୍ଦିଗ୍ଧ ଅବସ୍ଥାରେ ଜାତୀୟ ରାଜପଥ ଦେଇନଯାଇ ବାଟମଙ୍ଗଳା ବାଇପାସ୍ ଦେଇ ଯାଉଥିଲା। ଏହି ସମୟରେ ମନ୍ଦିରକୁ ଯାଉଥିବା କିଛି ବ୍ୟକ୍ତିଙ୍କ ଟ୍ରକ୍ ଧକ୍କାରୁ ଅଳ୍ପକେ ବର୍ତି ଯାଇଥିଲେ। ଲୋକଙ୍କ ପାଟିଶୁଣି ଆଖପାଖର ଲୋକ ଜମାହୋଇଯାଇଥିଲେ। ଏହି ସମୟରେ ଟ୍ରକ୍ଟିକୁ ଛାଡ଼ି ଚାଳକ ଓ ସହଯୋଗୀ ଖସି ପଳାଇବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଧରି ଖୋର୍ଦ୍ଧା ଟାଉନ ଥାନା ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ଟ୍ରକ୍ଟିକୁ ଜବତ କରିଥିଲା। ଟ୍ରକ୍ଟି ପିପିଲିରୁ ହାଇଦ୍ରାବାଦ ଯାଉଥିଲା। ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଏନେଇ ୫୬୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଆନ୍ଧ୍ରପ୍ରଦେଶ ନେଲୁରୁର ଚାଳକ ସେକ୍ ରାବ୍ବାନୀ ଓ ସହଯୋଗୀ ଏସ୍ ମାଲାଦ୍ରୀକୁ ଗିରଫକରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/c7a02ba1-88ad-4dbe-a44c-22222ca11359.jpeg)