ହରଭଙ୍ଗା: ପୁରୁଣା କଟକ ପୁଲିସ ଓ ବୌଦ୍ଧ ଏମଭିଆଇ ରବିବାର ବିଳମ୍ବିତ ରାତିରେ ମିଳିତ ଯାଞ୍ଚ କରୁଥିବା ବେଳେ ପୁରୁଣାକଟକରୁ ଫୁଲବାଣୀକୁ ବିଅର୍ ଚାଲାଣ ହେଉଥିବା ଏକ ଅଟୋକୁ ଜବତ କରିଥିଲେ। ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ଦ୍ବୟ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଦୁଗୁଡ଼ାର ଅମରେନ୍ଦ୍ର ମଲ୍ଲିକ (୨୦) ଓ ସୁମନ୍ତ ପାତ୍ର (୨୫)। ଉଭୟ ବିଳମ୍ବିତ ରାତିରେ ପୁରୁଣାକଟକରୁ ଏକ ଅଟୋ (ଓଡି ୧୨ବି-୮୪୩୦) ଯୋଗେ ୫ ପେଟି (୬୦ଟି) ବିଅର୍ ନେଇ ଯାଉଥିବା ବେଳେ ଚାରିଛକ ବଜାରରେ ଗାଡି ମୋଟର ଯାଞ୍ଚ କରୁଥିବା ପୁଲିସ ଓ ଏମ୍ଭିଆଇ ଟିମ୍ ହାବୁଡ଼ରେ ପଡ଼ିଥିଲେ। ଗିରଫ ପରେ ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/9-9.jpg)