ବିଜେପୁର ପୂର୍ବରୁ ପାଟକୁରା ଏସିଡ୍ ଟେଷ୍ଟ, କାହା ତାକତ କେତେ

ଭୁବନେଶ୍ବର: ୨୦୧୮ରେ ବରଗଡ ଜିଲ୍ଲା ବିେଜପୁରରେ ବିଜେଡି-ବିଜେପି ବଳ କଷାକଷି େହାଇଥିଲା। ଏକ ପାଖିଆ ଭାବେ ଅର୍ଥାତ୍ ବିପୁଳ େଭାଟ ବ୍ୟବଧାନରେ ଜିତିଥିଲା ବିେଜଡି। ୨୦୧୯ ସାଧାରଣ ନିର୍ବାଚନରେ ବରଗଡ ଜିଲ୍ଲା ଗଣିତ ଓଲଟପାଲଟ େହାଇଛି। ବରଗଡ େଲାକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନରେ ବିେଜଡି ପ୍ରାର୍ଥୀ ଜିତିବା ସତ୍ତ୍ବେ େଲାକସଭା ଆସନକୁ ହାତେଇ େନଇଛି ବିେଜପି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିେଜପୁର ଆସନରୁ ଇସ୍ତଫା ଦେଇଛନ୍ତି। େଯ କୌଣସି ମୁହୂର୍ତରେ ଭାରତର ନିର୍ବାଚନ କମିସନ ବରଗଡ ଜିଲ୍ଲାର ବହୁ ଚର୍ଚ୍ଚିତ ବିେଜପୁର ଆସନ ଲାଗି ଉପନିର୍ବାଚନ ତାରିଖ େଘାଷଣା କରିପାରନ୍ତି।

ହେଲେ ଏହି ଉପ ନିର୍ବାଚନ ପୂର୍ବରୁ ତଥା ସାଧାରଣ ନିର୍ବାଚନ (ବିଜେପି ୮ େଲାକସଭା ଓ ୨୩ ବିଧାନସଭାରେ ଜିତିଛି) ପରେ େକନ୍ଦ୍ରାପଡା ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ପାଟକୁରା ଆସନ ଲାଗି ଆସନ୍ତା ୨୦ ତାରିଖରେ େହଉଥିବା ନିର୍ବାଚନ ରାଜ୍ୟ ରାଜନୀତି ପାଇଁ ଅନେକ ଗୁରୁତ୍ବ ରଖେ। ଏହି ନିର୍ବାଚନ ଫଳାଫଳ ପ୍ରମାଣ କରିବ, କାହାର ତାକତ କେତେ?

ନିର୍ବାଚନ ପରେ ଉଭୟ ଦଳ େଯଉଁ ନୂଆ ସମୀକରଣକୁ ଆଦରିଛନ୍ତି, ସେଥିରେ ଆଗକୁ ସେମାନଙ୍କ ମଧ୍ୟରୁ କାହାକୁ େଭାଟର ଭରସା କରୁଛନ୍ତି?

ଏହି ନିର୍ବାଚନ ଆହୁରି କିଛି କଥା ସୂଚାଇବ। କାହା ନିର୍ବାଚନୀ ରଣକୌଶଳ ସରସା? ବିଜେଡି ନା ବିଜେପି? େକନ୍ଦ୍ରାପଡା େଲାକସଭା ଓ େକନ୍ଦ୍ରାପଡା ବିଧାନସଭା ଆସନରେ େଭାଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଯଉଁ ସଫଳତା ଦେଇଛନ୍ତି, ତାହା ପାଟକୁରାରେ ଦୋହରାଇବେ ନା ରାଜ୍ୟ ରାଜନୀତିକୁ ନୂଆ ଦିଗ ଦେଖାଇବେ?

େଗାଟିଏ ପଟେ ଏମିତି କିଛି ପ୍ରଶ୍ନ ଉପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା େଜାର ଧରିଛି। େସାସିଆଲ ମିଡିଆରେ ପାଟକୁରା ନିର୍ବାଚନକୁ ନେଇ ଯୁବ େଗାଷ୍ଠୀ ପ୍ରତିଦିନ ନୂଆ ନୂଆ ଯୁକ୍ତି ରଖୁଛନ୍ତି। ସେପଟେ କିନ୍ତୁ ବିେଜଡି ଓ ବିେଜପି େନତାଙ୍କ ବୟାନବାଜି ଉଭୟ ଦଳର େନତା, କର୍ମୀଙ୍କ ସମେତ ସ୍ଥାନୀୟ େଭାଟରଙ୍କୁ ଦ୍ବନ୍ଦ୍ବ ଓ ସନ୍ଦେହର ଜାଲରେ ଛନ୍ଦି ପକାଇଲାଣି। ବିେଜପି େନତା କହୁଛନ୍ତି, ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ବିେଜଡି କାମ କରୁଛି। ବିେଜଡି ଜବାବ ଦେଇଛି, ବିଜୟଙ୍କୁ ହରାଇବା ପାଇଁ କାମ କରୁଛନ୍ତି ବିେଜପି େନତା। ପାଟକୁରା ନିର୍ବାଚନ ବିେଜଡି ଓ ବିେଜପି ପାଇଁ ଅନେକ ଦୃଷ୍ଟିେକାଣରୁ ଗୁରୁତ୍ବପୂର୍ଣ୍ଣ। ୨୩ଟି ଆସନରେ ଜିତି ବିଜେପି ବିଧାନସଭାରେ େଯତିକି କ୍ଷତି କରିପାରିବନି, ଶାସକ ଦଳ ପାଇଁ ତା ଠାରୁ ଅଧିକ ଅଡୁଆ େହବ, ଯଦି ବିଜୟ ମହାପାତ୍ର ସେମାନଙ୍କ ସହ ସାମିଲ େହାଇଯାନ୍ତି। ବିଜେପି ଶୀର୍ଷ େନତୃତ୍ବ ପାଇଁ ମଧ୍ୟ କମ୍ ପରୀକ୍ଷାର ବେଳ ନୁହେଁ। ଓଡ଼ିଶାର େଲାକେ େଯତେବେଳେ ବିଜେପିକୁ ଭରସା କରିବା ଆରମ୍ଭ କରିଛନ୍ତି, ସେତେବେଳେ ସେମାନେ େଗାଟିଏ ମାତ୍ର ଆସନ ହାତେଇବା େଲାଭରେ ବିଜେଡି ସହିତ ରାଜ୍ୟସଭା ନିର୍ବାଚନରେ ହାତ ମିଳାଇଲେ। ଏବେ ଯଦି ଗୁରୁତ୍ବପୂର୍ଣ୍ଣ ପାଟକୁରା ଆସନ ସେମାନେ ହାତଛଡା କରନ୍ତି, ତେବେ ଦଳର ସମ୍ଭାବ୍ୟ ସମୃଦ୍ଧିରେ ଏକ ବଡ଼ େଚାଟ ଲାଗିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ। ସମ୍ମିଳିତ ଭାବେ ଲଢି ବି ଯଦି ଏହି ଆସନ ବିଜେପି ଦଖଲ କରିନପାରେ, ତେବେ ଅବିଭକ୍ତ କଟକ ଓ ଉପକୂଳବର୍ତୀ ଜିଲ୍ଲାରେ ଦଳର ପତିଆରା ଗଭୀର ପ୍ରଭାବିତ ହେବ।

ଉଲ୍ଲେଖଥାଉକି, ପାଟକୁରା ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ଟାଣିବା ଲାଗି ବିେଜଡି େନତାମାନେ ଦିନରାତି ଏକାକାର କରିଦେଇଛନ୍ତି। ମାଳ ମାଳ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ ଡେରା ପକାଇଛନ୍ତି ପାଟକୁରାରେ। ଗାଁ, ସାହି ବସ୍ତି େଖଦି ଗଲେଣି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ େଭାଟ ରଣକୌଶଳ ସ୍ଥିତି ସମୀକ୍ଷା କରୁଛନ୍ତି, େନତାଙ୍କୁ ଟିପ୍ସ େଦଉଛନ୍ତି। େଶଷ ମୁହୂର୍ତରେ ସେ ବିଜୟଙ୍କ ବିେରାଧରେ ପ୍ରଚାର କରିବା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି। ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କମ ବରଂ ସରକାର ଓ ନବୀନଙ୍କୁ ସାମ୍ନାକୁ ଆଣି ପ୍ରଚାର କରୁଛି। ଅନ୍ୟପକ୍ଷରେ ବିଜେପିର ସମ୍ବଳ େହଉଛନ୍ତି ବିଧାୟକ ପ୍ରାର୍ଥୀ ଓ ପ୍ରଧାନମନ୍ତ୍ରୀ। ବିଜେଡି େନତାମାନଙ୍କ ମନୋବଳ ବଢିଛି, କାରଣ ସେମାନେ ନିକଟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ େଲାକସଭା ଯିବାରୁ େରାକି ପାରିଛନ୍ତି। ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତି ଏଠାରୁ ବିପୁଳ େଭାଟରେ ଜିତିଛନ୍ତି। େକନ୍ଦ୍ରାପଡା ବିଧାନସଭା ଆସନରେ ବି ଗାଁ ପୁଅ (କିଶୋର ତରାଇ)ଙ୍କୁ ହଟାଇ ଜ୍ବାଇଁ (ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା)ଙ୍କୁ ଜିତାଇବାକୁ ସକ୍ଷମ େହାଇଛି ବିେଜ଼ଡି। ଏବେ ପାଟକୁରାରେ ବିଜେପିକୁ େରାକିପାରି‌େଲ, ସେମାନେ ପୁଣି ଥରେ ସମସ୍ତଙ୍କୁ ଚକ୍‌ମା ଦେବେ।

ବିଜେପିର ଶକ୍ତି େହଉଛି, ବିଜୟ ମହାପାତ୍ର। ସେ ଏଠାରେ ସ୍ବାଭିମାନର ଲଢେଇ ଲଢୁଛନ୍ତି। ସବୁଥରେ ଏକା ଏକା ନିର୍ବାଚନ ଲଢନ୍ତି। ଗତ ୪ଟି ନିର୍ବାଚନରେ ବିଭିନ୍ନ କାରଣରୁ ତାଙ୍କୁ ଶେଷ ମୁହୂର୍ତରେ ଧକ୍କା ଲାଗିଥିଲା। ଏପରିକି ଗତ ନିର୍ବାଚନରେ କୌଣସି େକନ୍ଦ୍ରୀୟ େନତା ତାଙ୍କ ପାଇଁ ପ୍ରଚାର କରିନଥିଲେ। ଏଥର କିନ୍ତୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମେତ ଦଳର ସବୁ ତୁଙ୍ଗ ନେତାମାନେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ରାଜ୍ୟ ବିଜେପିର ତୁଙ୍ଗ ନେତାମାନେ ଡେରା ପକାଇଛନ୍ତି। ସ୍ଥାନୀୟ ବିଜେପି େନତାଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଆହ୍ବାନ େହାଇଛି। କାରଣ ବୈଜୟନ୍ତ ହାରିବା ପରେ ସେମାନଙ୍କ ସାମର୍ଥ୍ୟ େନଇ ରାଜ୍ୟ ସଂଗଠନରେ ଯେଉଁ ପ୍ରଶ୍ନ ଉଠିଛି, ବିଜୟଙ୍କୁ ଜିତାଇ ସେମାନେ ତାହାକୁ ଭୁଲ ପ୍ରମାଣିତ କରିବେ ନା ବିଜେଡି ଗଡକୁ େଦାହଲାଇବା ପାଇଁ ସେମାନେ ସମର୍ଥ ନୁହନ୍ତି, ଏକଥା ପ୍ରମାଣିତ କରିବେ, ତାହା ୨୪ ତାରିଖରେ ନିର୍ବାଚନ ଫଳାଫଳ ସଙ୍କେତ ଦେବ।

ଏଭଳି ପରିସ୍ଥିତିରେ ଉଭୟ ବିଜେପି ଓ ବିଜେଡିର ହେଭିୱେଟ ନେତାଙ୍କ ବୟାନବାଜିରେ ପାଟକୁରା ରାଜନୈତିକ ପାଣିପାଗ ସରଗରମ ହୋଇଛି। ଆଜି ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି। କହିଛନ୍ତି, ପାଟକୁରାରେ ବିଜେପି ଏବଂ ବିଜୟ ମହାପାତ୍ରଙ୍କୁ ଜିତାଇବା ପାଇଁ ବିଜେଡିର ନେତା, ମନ୍ତ୍ରୀ ଏଠାରେ ପ୍ରଚାର କରୁଛନ୍ତି । ବିଜେଡିର ଯେଉଁ ମାଳମାଳ ନେତା ଏଠାକୁ ଆସୁଛନ୍ତି ସେମାନେ ସବୁ ଆମ ପାଇଁ କାମ କରୁଛନ୍ତି । ପାଟକୁରାର ସବୁ ଭୋଟରଙ୍କ ସହ ବିଜେଡି ବି ମନସ୍ଥ କରିସାରିଛି କି ଏଥର ବିଜୟଙ୍କୁ ହିଁ ବିଧାନସଭା ପଠାଯିବ। ସେମାନେ ସେମାନଙ୍କ ମୁଖିଆଙ୍କୁ ଖୁସି କରାଇବାକୁ ଏଠାରେ ବୁଲୁଛନ୍ତି ବୋଲି ଭୃଗୁ କଟାକ୍ଷ କରିଛନ୍ତି । ତେବେ ଭୃଗୁଙ୍କୁ ପାଲଟା ଜବାବ ଦେଇଛନ୍ତି ଜିଲ୍ଲା ସଭାପତି କିଶୋର ତରାଇ । ବିଜେଡି ନୁହେଁ ବରଂ ବିଜେପି ନେତା ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି େବାଲି କହିଛନ୍ତି। ଗଣମାଧ୍ୟମ ସାମ୍ନାରେ କିଶୋର କହିଛନ୍ତି, ଭୃଗୁଙ୍କ ଭଳି ଜଣେ ପରିପକ୍ୱ ନେତା ଏଭଳି ବାଚାଳାମି କରିବା ଉଚିତ ନୁହେଁ। ବିଜେଡି ୩୦ରୁ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବ। ତେବେ ଭୋଟ ପୂର୍ବରୁ ଉଭୟ ବିଜେପି- ବିଜେଡି ବୟାନ ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି, ବାସ୍ତବରେ ‘କିଏ କାହା ପାଇଁ କାମ କରୁଛି’?

ସମ୍ବନ୍ଧିତ ଖବର