ପରୀକ୍ଷାରେ ଫେଲ ଆଶଙ୍କା : ଆତ୍ମହତ୍ୟା କଲେ ଯୁକ୍ତ୨ ବିଜ୍ଞାନ ଛାତ୍ର

ରାୟଗଡ଼ା : ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବାର କିଛି ଘଣ୍ଟା ପୂର୍ବରୁ ଫେଲ ହେବା ଆଶଙ୍କାରେ ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ରାୟଗଡା ସହର ରଇତ କଲୋନିର ଅନୁରାଗ ବିଦ୍ୟାର୍ଥୀ (୧୭) ବୋଲି ଜଣାପଡ଼ିଛି। ସୂଚନା ପାଇ ରାୟଗଡା ଥାନା ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିଛି। ସୂଚନା ଅନୁଯାୟୀ, ରାୟଗଡା ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟର ସହକାରୀ ଷ୍ଟାଷ୍ଟିକାଲ ଅଧିକାରୀ ଅଭୟ କୁମାର ସେଠୀଙ୍କ ପୁଅ ଅନୁରାଗ କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ୨ ବିଜ୍ଞାନ ପଢ଼ୁଥିଲେ। ଚଳିତ ବର୍ଷ ସେ ଯୁକ୍ତ୨ ପରୀକ୍ଷା ଶେଷ ହେବାପରେ ଘରକୁ ଆସିଥିଲେ। ଗତକାଲି ରାତିରେ ଖାଇ ସାରି ଶୋଇବାକୁ ଚାଲି ଯାଇଥିଲେ। ଆଜି ସକାଳେ ପରିବାର ଲୋକ ତାଙ୍କ ଝୁଲନ୍ତା ଶବ ଦେଖିଥିଲେ। ବାପା ଅଭୟ କୁମାରଙ୍କ କହିବା ହେଲା, କେଉଁ କାରଣରୁ ପୁଅ ଏମିତି କାମ କଲା ଜଣାପଡୁ ନାହିଁ। ତଥାପି ପରୀକ୍ଷାରେ ଫେଲ ହେବାର ଭୟ ଯୋଗୁଁ ଏମିତି କାମ କରିଥାଇପାରେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଅନୁରାମ ମୋଟ ୧୯୨ନମ୍ବର ରଖି ଫେଲ ହୋଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର