ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଉଦଘାଟିତ ହେବ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରେକ୍ଷାଳୟ

ଭୁବନେଶ୍ବର: ରମାଦେବୀ  ମହିଳାବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ କରିବାକୁ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବା ପୂର୍ବରୁ ଉଦଘାଟିତ ହେବ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ପ୍ରେକ୍ଷାଳୟ। ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରମାଦେବୀ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ହେଉଛି ସୃଦୁଢ଼। ରାଜ୍ୟ ସରକାରଙ୍କ ଭାଗିଦାରିରେ ରାଜ୍ୟର ପ୍ରଥମ ମହିଳା ବିଶ୍ବବିଦ୍ୟାଳୟରେ ଅନେକ ବିକାଶ କାର୍ଯ୍ୟ ଆଗେଇବାରେ ଲାଗିଛି। ରମାଦେବୀ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବାରେ ଲାଗିଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ସ୍ୱାଧୀନତା ସଂଗ୍ରାମୀ ରମାଦେବୀଙ୍କ ନାମରେ ଏକ ଅଡିଟୋରିୟମ ରମାଦେବୀ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ଉଦଘାଟନ ଅପେକ୍ଷାରେ ଅଛି।

ଆସନ୍ତାକାଲି ରମାଦେବୀ ଅଡିଟୋରିୟମ ଉଦଘାଟିତ ହେବାର ଯୋଜନା ରହିଛି। ଏହି ଅଡିଟୋରିୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ରମାଦେବୀ ଅଡିଟୋରିୟମଟି ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଛି। ଏହି ଅଡିଟୋରିୟମଟି ସମ୍ପୂର୍ଣ୍ଣ କରାଯାଉଥିବା ବେଳେ ହଜାର ସିଟ କ୍ଷମତାରେ ଛାତ୍ରୀମାନଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଖର୍ଚ୍ଚ ହେବ ୧୦ ଲକ୍ଷ ଟଙ୍କା।
ଅନ୍ୟପଟେ ଆସନ୍ତା ୧୦ ତାରିଖ ଦିନ ମହାମହିମ ରାଷ୍ଟ୍ରପତି ରମାଦେବୀ ବିଶ୍ଵବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତେବେ ବିଶ୍ଵବିଦ୍ୟାଳୟ ଏବେ ଚଳଚଞ୍ଚଳ। ଛାତ୍ରୀଙ୍କଠାରୁ ଆରମ୍ଭ କରି କୁଳପତିଙ୍କ ପର୍ଯ୍ୟନ୍ତ ସମସ୍ତେ ଏକାଗ୍ର ଭାବରେ କାମ କରୁଛନ୍ତି। କିଭଳି ଭାବରେ ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିବେ ସେନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ରାଷ୍ଟ୍ରପତି ନିଜେ ଏହି ରମାଦେବୀ ବିଶ୍ଵବିଦ୍ୟାଳୟରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ପାଠ ପଢ଼ୁଥିଲେ। ତେଣୁ କଲେଜ ପଢୁଥିବା ସମୟର ସାଙ୍ଗମାନଙ୍କ ସହ ଏକାଠି ହେବେ ମହାମହିମ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ୭୮ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର