କଳାବାଡିଆ : ଆଜି ଥିଲା ନିର୍ବାଚନ ପ୍ରଚାରର ଶେଷଦିନ। ତେବେ, ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ନାଏକଙ୍କ ନିଆରା ପ୍ରଚାରକୁ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି। ପୁରୁଷୋତ୍ତମ ନିଜ ସଂସ୍କୃତିକୁ ବଞ୍ଚାଇବା ସହିତ ଗାଁଗାଁ ବୁଲି ଚାଙ୍ଗୁ ନାଚ କରି ଭୋଟ ଭିକ୍ଷା କରୁଥିଲେ। ୨୦୧୪ ନିର୍ବାଚନରେ ପୁରୁଷୋତ୍ତମ ବିଜେପିରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇ ପରାଜିତ ହୋଇଥିଲେ। ଚଳିତଥର, ତାଙ୍କ ବଦଳରେ ସୁଗଦା ମୁର୍ମୁଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଫଳରେ, ନିର୍ବାଚନ ରଣାଙ୍ଗନରୁ ନିଜକୁ ଦୂରେଇ ନରଖି ପୁରୁଷୋତ୍ତମ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏବଂ, ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚାଙ୍ଗୁକୁ ହିଁ ପ୍ରଚାରର ମାଧ୍ୟମ ଭାବେ ବାଛିଥିଲେ। ସେହିପରି, ଏସ୍ୟୁସିଆଇ ଦଳ ତରଫରୁ ଲଢୁଥିବା ବିଧାୟକ ପ୍ରାର୍ଥୀ ପୀତାମ୍ବର ନାଏକ ମଧ୍ୟ ନିଜେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଭୋଟ ଭିକ୍ଷା କରୁଛନ୍ତି। ଘରଘର ବୁଲି ଚୁଡା, ଚାଉଳ, ମୁଢୀ, ୧୦ ଟଙ୍କା ସଂଗ୍ରହ କରି ପ୍ରଚାର ଚଳାଇଛନ୍ତି। ଉଭୟ ପ୍ରାର୍ଥୀଙ୍କ ଏହି ନିଆରା ପ୍ରଚାର ଭୋଟରଙ୍କ ଉପରେ କି ପ୍ରଭାବ ପକାଉଛି, ଭୋଟ ପରେ ସ୍ପଷ୍ଟ ହୋଇଯିବ।
ଚାଙ୍ଗୁ ବଜାଇ ଭୋଟ ଭିକ୍ଷା
/sambad/media/post_attachments/wp-content/uploads/2019/04/changu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)